ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳ ୮ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଅଟୋକୁ ପଛରୁ ଏକ ଟ୍ରକ୍ ଧକ୍କା ଦେବାରୁ ଅଟୋଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକା ହେଲେ ବୀରସିଂହଗଡ଼ର ବେଦ ଖରସେଲ (୫୫)। ଅନ୍ୟ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।
ସୂଚନା ଅନୁଯାୟୀ, ବୀରସିଂହଗଡ଼ରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ମାନେଶ୍ୱର ସାପ୍ତାହିକ ବଜାରକୁ ଯାଉଥିଲା। ଏହି ସମୟରେ ପଛରୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା,ଉଭୟ ଗାଡ଼ିକୁ ଜବତ କରିଛି।
