ଇରାନରେ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ଚର୍ଯ୍ୟ କରିଛି ବିଜେପିର ନିର୍ବାଚନୀ ପ୍ରତିଶୃତି।

(ଫୋକସ ପ୍ଲସ )ଇରାନରେ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ଚର୍ଯ୍ୟ କରିଛି ବିଜେପିର ବଡ଼ ପ୍ରତିଶୃତି। ନିର୍ବାଚନୀ ଘୋଷଣାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ଆସାମରେ କ୍ଷମତାକୁ ଫେରିଲେ ପରିବାରକୁ ବର୍ଷକୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବ।

ଶନିବାର ଏକ ନିର୍ବାଚନୀ ରାଲିରେ ସମ୍ବୋଧିତ କରି ହିମନ୍ତ କହିଛନ୍ତି, ବିଜେପି ସରକାର ଲୋକଙ୍କୁ ଦୁଇଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇବେ। ଗୋଟିଏ ବିହୁ ପୂର୍ବରୁ ଏବଂ ଅନ୍ୟଟି ଦୁର୍ଗା ପୂଜା ପୂର୍ବରୁ। ଏଥିପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ, ‘ମାମା’ (ଆସାମର ଲୋକେ ହିମନ୍ତଙ୍କୁ ମାମା ବୋଲି ସମ୍ବୋଧନ କରନ୍ତି) ଦେବେ। ଏହା କ’ଣ ଭଲ ହେବ ନାହିଁ ବୋଲି କହି ଆସାମ ବାସୀଙ୍କୁ ପ୍ରଶ୍ନ କରିଛନ୍ତି ହିମନ୍ତ।

Leave a Reply

Your email address will not be published. Required fields are marked *