ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଓଡ଼ିଆ ପକ୍ଷ ପାଳନ । ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ, ପ୍ରଚାର,ପ୍ରସାର ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେବା ସହିତ,ବ୍ୟବସାୟ ସଂସ୍ଥା ଗୁଡ଼ିକ ଓଡ଼ିଆରେ ନାମ ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେବେ କଟକ ଖପୁରିଆ ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା ଯାହାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶୁଭାରମ୍ଭ କରାଇଥିଲେ। ଯୋଗ ଦେଇଥିଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରିତି ରଞ୍ଜନ ଘଡାଇ ଙ୍କ ସହିତ ଶ୍ରମିକ ନେତା ବସନ୍ତ କୁମାର ସାହୁ ଓ ଅନେକ ଶ୍ରମିକ ସଂଗଠନ ର କର୍ମକର୍ତ୍ତା। ସେମାନେ ଓଡ଼ିଆ ଅସ୍ମିତା କଥା କହି ଓଡ଼ିଆ ଭଳି ପ୍ରଚୀନ ଭାଷାର ସୂରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

