ଉତ୍ତର ଓଡ଼ିଶାର ୩ ଜିଲ୍ଲାରେ ବେଆଇନ ଗୋ ଚାଲାଣ ବିରୋଧରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ପୂର୍ବାଞ୍ଚଳ ରେଞ୍ଜର ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବେଆଇନ ଗୋ-ଚାଲାଣ ଓ ଗୋ-ତସ୍କରୀ ବିରୋଧରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ମୋଟ ୩୨ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ଏହି ଅପରେସନରେ ୧୮ ପ୍ଲାଟୁନ ଫୋର୍ସ, ୮ ଜଣ ଅତିରିକ୍ତ ଏସପି, ୧୭ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୬୭ ଜଣ ଏସଆଇ, ଏଏସଆଇ ସାମିଲ ହୋଇଥିଲେ। ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ। ବହୁ ପରିମାଣର ସୁନା ଓ ରୁପା ଅଳଙ୍କାର। ଗୋ-ଚାଲାଣରେ ବ୍ୟବହୃତ ଅନେକ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି, ଅନେକ ସ୍ଥାନରୁ ମାରଣାସ୍ତ୍ର କରାଯାଇଛି। ଏହି ଚଢାଉ ସମୟରେ ଭଦ୍ରକରୁ ୬ ଜଣ, ବାଲେଶ୍ୱରରୁ ୪ ଜଣ ଓ ମୟୂରଭଞ୍ଜରୁ ୪ରୁ ଅଧିକ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଏନେଇ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର କହିଛନ୍ତି ଅପରେସନ ଶେଷ ହେବା ପରେ ଜବତ ହୋଇଥିବା ସାମଗ୍ରୀର ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଗୋମାଫିଆଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା ଓ ସୁନାଗହଣା
