ଗୋ ଚାଲାଣକୁ ନେଇ ଭବାନୀପାଟଣା ସହରରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି। ସହରବାସୀ ଏକ ଗାଈ ଭର୍ତ୍ତି ଟ୍ରଲରକୁ ଅଟକ ରଖି ଗୋ ରପ୍ତାନି ବନ୍ଦ କରିବାକୁ ଦାବି କରିଛନ୍ତି।ନୂଆପଡ଼ାରୁ ଆନ୍ଦ୍ରପ୍ରଦେଶକୁ ଯାଉଥିବା କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ପ୍ରଥମେ ଗୋରକ୍ଷକମାନେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ।ଗାଈ ନେଉଥିବା ଡ୍ରାଇଭର ଓ ମାଲିକ ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସ କୁ ଜିମା ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଟ୍ରଲରରେ ଅବୈଧ ଭାବେ ଗାଈମାନଙ୍କୁ ରପ୍ତାନି କରାଯାଉଥିଲା। ଏହାକୁ ଦେଖି ସହରବାସୀ ଟ୍ରଲରକୁ ଅଟକ ରଖି ଚାଳକଙ୍କୁ ପଚରାଉଉଚୁରା କରିଥିଲେ।ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରିଥିବା ସହ ସେ ଗାଈମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରିଥିଲେ। ରବିବାର ଉପରୋକ୍ତ ଥାନା ଅନ୍ତର୍ଗତ ବଣ୍ଡେଲଗୁଡା ଗ୍ରାମରୁ ମଧ୍ୟ ବେଆଇନ ଗୋରୁ ମାଂସ ଜବତ ହୋଇଥିଲା।ସ୍ଥାନୀୟ ବାସୀ ଗୋ ଚାଲାଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ଓ ଏହା ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି।
