ଘରେ କେହି ନ ଥିବା ଦେଖି କଳା କନା ବୁଲେଇଲେ ଦୁର୍ବୃତ୍ତ

ବୋରିଗୁମ୍ମା ଦାଶ୍ରୀ ସାହି ମେନ୍ ରୋଡରେ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ଘର ମାଲିକ ରାମ କୃଷ୍ଣ ସାହୁ ତାଙ୍କ ବାପା ଓ ମାଆଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ନେଇ ଯାଇଥିବାରୁ ଗତ 3 ଦିନ ହେଲାଣି ଘରଟି ଖାଲି ଥିଲା। ଏହି ସୁଯୋଗକୁ ନେଇ ଅଜଣା ଦୁର୍ବୃତ୍ତମାନେ ଘରକୁ ପ୍ରବେଶ କରି ଚୋରି କରିଥିବା ଅନୁମାନ କରାଯାଉଛି। ଗତ କାଲି ରାତି 12 ଘଣ୍ଟା ସମୟ ପର୍ଯ୍ୟନ୍ତ କିଛି ହୋଇନଥିଲା କନ୍ତୁ ଆଜି ସଖାଳୁ

ପଡ଼ୋଶୀମାନେ ଘରର ଅବସ୍ଥା ଦେଖି ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘରର 3 ଟି ଗଡରେଜ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତମାନେ , ଘରୁ କେତେ ସାମଗ୍ରୀ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପ୍ତଦନ୍ତ କରୁଛି ଓ ଦୁର୍ବୃତ୍ତମାନଙ୍କ ସନ୍ଧାନ ଜାରି ରଖିଛି।

Leave a Reply

Your email address will not be published. Required fields are marked *