ନୂଆଦିଲ୍ଲୀ : ପ୍ରଥମ ବିଜୟ ଲକ୍ଷ୍ୟରେ ଗୁଜୁରାଟ ଜାଏଣ୍ଟ୍ସ । ରାଜସ୍ଥାନ ଦେଲା ୨୧୧ ରନର ବିଜୟ ଲକ୍ଷ୍ୟ । ୬ ଓ୍ବିକେଟ୍ ବିନିମୟରେ ରାଜସ୍ଥାନ ସଂଗ୍ରହ କଲା ୨୧୦ ରନ । ରାଜସ୍ଥାନ ପକ୍ଷରୁ ଜୟସ୍ବାଲ ଏବଂ ଜୁରେଲ ଖେଳିଲେ ଅର୍ଦ୍ଧଶତକୀୟ ପାଳି । ଜୟସ୍ବାଲ ୩୬ ବଲରୁ ୫୫ ରନ୍ କରିଥିବାବେଳେ ଧ୍ରୁବ୍ ଜୁରେଲ ୪୨ ବଲରୁ ୭୫ ରନ କରିଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ରାବାଡା ୨ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ଦଳର ଦୁଇ ଯୁବ ଓପନର ଜୟସ୍ବାଲ ଏବଂ ସୂର୍ଯ୍ୟଂବଶୀ ଦମଦାର ପାଳି ଆରମ୍ଭ କରିଥିଲେ । ଏହି ଯୋଡ଼ି ୬ ଓଭରର ପାଓ୍ବାର ପ୍ଲେରେ ୬୯ ରନ୍ କରିଥିଲେ । ମାତ୍ର ପାଓ୍ବାର ପ୍ଲେ’ ପରେ ୧୮ ବଲରୁ ୩୧ ର୍ କରି ଆଉଟ୍ ହୋଇଥିଲେ ସୂର୍ଯ୍ୟବଂଶୀ । କିନ୍ତୁ ଆକ୍ରମଣାତ୍କ ଢ଼ଙ୍ଗରେ ବ୍ୟାଟିଂ ଜାରି ରଖିଥିଲେ ଜୟସ୍ବାଲ । ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଛନ୍ତି । ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ପରାଗ ୮, ହେଟମାୟାର ୧୮ ରନ କରିବାରେ ସକ୍ଷମ ହୋଇଥିଲେ ।
