ଗତ ୩ ଦିନର ଭିତରେ ୧୨୫ ରୁ ଅଧିକା ଗ୍ୟାସ ସଲିଣ୍ଡର ଜବତ କରିଛନ୍ତି ସରକାର । ପ୍ରଶାସନର ପଦକ୍ଷେପ କୁ ନେଇ ଛାନିଆ ଦଲାଲ । କଳା ବଜାରି କରୁଥିବା ଲୋକଙ୍କୁ ଧରିବା ପାଇଁ କୋରାପୁଟ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ପୁଲିସ୍ , ପୌର ପାଳିକା, ଯୋଗାଣ ବିଭାଗ ଓ ତହସିଲ ବିଭାଗ ଦ୍ୱାରା ଚାଲିଥିବା ମିଳିତ ଅପରେସନ ରେ କୋରାପୁଟ ଜିଲ୍ଳାର ପ୍ରତିଟି ବ୍ଳକରେ ଚାଲିଛି ଚୋର ଧରା ଅଭିଯାନ । ୧୪ ଟି ବ୍ଳକ ରୁ ବର୍ତମାନ ସୁଦ୍ଦା ୧୨୫ ରୁ ଉର୍ଦ୍ଦ ଗ୍ୟାସ ସିଲିଣ୍ଡର କୁ ଜବତ କରି ନିଜ ହିପାଜତରେ ରଖିଛି ପ୍ରଶାସନ .
ଜୟପୁର ରୁ ୮୨ ଟି ଜବତ ବେଳେ ବୋରିଗୁମ୍ମା ରୁ ୩୧ ଟି ଜବତ କରାଯାଇଛି । ପ୍ରତି ଦିନ ଏହି ଅଭିଯାନ ଚାଲିବ, ତେଣୁ ଦଲାଲ ମାନେ ସଜାଗ ହୋଇ ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଜିଳ୍ଳା ଯୋଗାଣ ଅଧିକାରାୀ । ସେପଟେ ଆଉ ବଜାରରେ ବିକ୍ରି ହେବନି ଖୋଲା ରନ୍ଧନ ଗ୍ୟାସ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ୫ ଲିଟର ଗ୍ୟାସ ସମ୍ପୂର୍ଣ୍ଣ ବନ୍ଦ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଖୋଲାଖୋଲି ବଜାରରେ ଗ୍ୟାସ୍ ବିକ୍ରି ହେଉଥିବାରୁ ଗ୍ୟାସ୍ କଳାବଜାରୀ ବ୍ୟାପକ ହେଉଛି। ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଥିବାବେଳେ ଆମ ରାଜ୍ୟରେ ଗ୍ୟାସ୍ ସିଲିଣ୍ଡରକୁ ନେଇ ସଙ୍କଟ ଦେଖାଦେଉଛି ।
