ବର୍ତ୍ତମାନ ସିଜିମାଳୀ ଅଞ୍ଚଳରେ ୧୬୩ ଧାରା ଜାରି ଶାନ୍ତିର ବାତାବରଣ ରହିଛି

 ବର୍ତ୍ତମାନ ସିଜିମାଳୀ ଅଞ୍ଚଳରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଛି। ଗତକାଲି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ସିଜିମାଳୀ ଅଞ୍ଚଳରେ ପୋଲିସ ଓ ଆନ୍ଦଳନ କାରି ମୁହାଁ ମୁହିଁ ହାଇଥିବା ବେଳେ ରାୟଗଡା SDPO, ଅଣ୍ଡରାକଞ୍ଚ ଓ କାଶୀପୁର ଆଇ ଆଇ ସି ଙ୍କ ସମେତ ୩୦ ରୁ ଉର୍ଦ୍ଧ ପୋଲିସ ଆହତ ହଇଥିବା ବେଳେ ଆନ୍ଦଳନ କାରି ମାନେ ମଧ୍ୟ ୩ ରୁ ୪ ଜଣ ଆହତ ହଇଥିଲେ।  ଆହତ ପୋଲିସ ଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ନିଆ ଯାଇଥିଲା, ସେଥିମଧ୍ୟରୁ ୯ ଜଣ ଗୁରୁତ୍ୱର ଥିବାରୁ ରାୟଗଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଥିଲା ରାୟଗଡାରେ ଚିକିତ୍ସା ପରେ ୬ ଜଣଙ୍କୁ  ବିଶାଖାପାଟଣା ଆପୋଲ ମେଡିକାଲ ରେ ଚିକିତ୍ସା ଧିନ ଅବସ୍ଥାରେ ସୁସ୍ଥ ରହିଥିବା ବେଳେ ଏବେ ମଧ୍ୟ ସିଜିମାଳୀ ଅଞ୍ଚଳରେ ୧୬୩ ଧାରା ଜାରିରହିଛି ଓ ଅଞ୍ଚଳର ସୁରକ୍ଷା ପାଇଁ  ବେଳେ ପୋଲିସ ମୁତୟନ ଅଛନ୍ତି ବୋଲି କାଶୀପୁର ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆନ୍ଦଳନ କାରିକୁ ସପୋର୍ଟ କରି ରାୟଗଡ଼ା ଜିଲ୍ଲାରରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଘଟିଥିବା ଘଟଣା କୁ ନେଇ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି, (ମାର୍କସବାଦୀ–ଲେନିନବାଦୀ) ଲିବରେସନ ଓ ଅଲ୍ ଇଣ୍ଡିଆ ଫର୍ୱାର୍ଡ ବ୍ଲକର ଏକ ମିଳିତ ବୈଠକ କରି ଏହି ୪ ଦଳର ରାଜ୍ଯ ସମ୍ପାଦକ ମିଶି ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣା ଅନୁସୂଚିତ ଅଞ୍ଚଳର ଆଦିବାସୀମାନଙ୍କ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଉପରେ ସ୍ପଷ୍ଟ ଆକ୍ରମଣ ହଉଛି ଓ ଏହି ସବୁ ଦାବି କରିବା ସୂଚନା ରହିଛି।

• ଧାରା ୧୬୩ (ବି.ଏନ୍.ଏସ୍)  ଜାରି ନିଷେଧାଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ।

• ଗ୍ରାମସଭାର ଅନୁମତି ବିନା ସମସ୍ତ ଖଣି ଖନନ ପ୍ରକ୍ରିୟା ଓ ପ୍ରକଳ୍ପ ବନ୍ଦ କରାଯାଉ।

• ବେଦାନ୍ତ ପାଇଁ ହେଉଥିବା ରାସ୍ତା ନିର୍ମାଣ ତୁରନ୍ତ ବନ୍ଦ କରାଯାଉ।

• ସିଜିମାଳି ଅଞ୍ଚଳରୁ ପୋଲିସ୍ ମୁତୟନ ପ୍ରତ୍ୟାହାର କରାଯାଉ ଓ ଦମନ ବନ୍ଦ କରାଯାଉ।

• ପେସା ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।

• ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଓଡ଼ିଶାର ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ।

ବୋଲି ନିଜ ସୋସିଆଲ ଫେସବୁକ ପେଜ୍ ରେ ପୋଷ୍ଟ କରିଛନ୍ତି।

ଗଣ ଧାରଣାରେ ଯୋଗଦିଅନ୍ତୁ ଅପ୍ରେଲ ୮ ତାରିଖ ସଂହତି ପ୍ରଦର୍ଶନ କରିବା ପାଇଁ ଆଜି ଅପରାହ୍ନ ୪ ଟା ସମୟରେ  ମାଷ୍ଟର କ୍ୟାଣ୍ଟିନ ଠାରେ ରାୟଗଡା ଜିଲ୍ଲା କଣ୍ଟାମାଳ ଲୋକଙ୍କ ଉପରେ ଚାଲିଥିବା ନିର୍ମମ ଦମନ କୁ ଦୃଢ଼ ନିନ୍ଦା କରନ୍ତୁ। ମା ମାଟି ମାଳି ସୁରକ୍ଷା ମଞ୍ଚ ତଥା

ସିଜି ମାଲିର ସଙ୍ଘର୍ଷରତ ମଣିଷ ମାନଙ୍କ ସହ ଠିଆ ହୁଅନ୍ତୁ ବୋଲି ସଚେତନ ନାଗରିକ ମଞ୍ଚ,ଓଡ଼ିଶା।  ଲେଖା ଥିବା ଏକ ପୋଷ୍ଟର ସୋସିଆଲ ରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି।

ଏ ବାବଦରେ କୌଣସି ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *