ବୌଦ୍ଧର ଦୁଇ ଭାଇ-ଭଉଣୀଙ୍କ ସଫଳତା

ତୀରନ୍ଦାଜିରେ ଜିଲ୍ଲା ପାଇଁ ସୁନାମ ଆଣିଲେ

ବୌଦ୍ଧ ସହର ବୁଟୁପାଲି ର ଦୁଇ ଭାଇ-ଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେର ତୀରନ୍ଦାଜି କ୍ରୀଡାରେ ସଫଳତା ଅର୍ଜନ କରି ଜିଲ୍ଲାକୁ କରିଛନ୍ତି ଗର୍ବିତ ଓ ଆଣିଛନ୍ତି ମେଡାଲ। ଦୁଇ ଭାଇ ଭଉଣୀ ପାଠପଢ଼ା ସାଙ୍ଗ କୁ କ୍ରୀଡାକୁ ମଧ୍ୟ୍ୟ ଗୁରୁତ୍ୱ ଦେଇ ଉଭୟ ଭାଇ-ଭଉଣୀ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭା କୁପ୍ରମାଣିତକରିପାରିଛନ୍ତି . ବୌଦ୍ଧର ଦୁଇ ଭାଇ-ଭଉଣୀଙ୍କ ସଫଳତା .

ଟେନିଶା ବର୍ତ୍ତମାନ ସୁନ୍ଦରଗଡ଼ ହଷ୍ଟେଲରେ ରହି ପାଠ ପଢ଼ୁଥିବାବେଳେ ଦୁର୍ଗାଦତ୍ତ କେଉଁଝର ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। କିଛିଦିନ ତଳେ ଆନ୍ଦ୍ରପ୍ରଦେଶ ଗୁଣ୍ଠୁର ଠାରେ ହୋଇଥିବା ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ସଫଳତା ପରେ ଉଭୟ ଭାଇ-ଭଉଣୀ ଘରକୁ ଫେରିବା ସହିତ ପରିବାର ଓ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲା ରୁ ଯାଇ ମେଡାଲ ହାସଲ କରିଛନ୍ତି ଦୁଇ ଭାଇ ଭଉଣୀ ତାଙ୍କ ସଫଳତା ପାଇଁ ସମଗ୍ର ଜିଲ୍ଲା ତଥା ଓଡ଼ିଶାର ଗର୍ବ ର ବିଷୟ ହୋଇପାରିଛି ।

ଉଭୟ ଭାଇ-ଭଉଣୀଙ୍କ କହିବା ଅନୁସାରେ, “ହାରିବା ବଡ଼ କଥା ନୁହେଁ, ଚେଷ୍ଟା କରିବା ମଣିଷର କର୍ତ୍ତବ୍ୟ। ନିରନ୍ତର ଚେଷ୍ଟା କଲେ ନିଶ୍ଚୟ ସଫଳତା ମିଳେ।” ଏପଟେ ପୁଅ-ଝିଅଙ୍କ ସ୍ବପ୍ନ ପୂରଣ ପାଇଁ ବାପା ଇନ୍ଦ୍ରମଣି ଓ ମାତା ଦିନରାତି ପୁଅ ର ସଫଳତା ପାଇଁ ସ୍ବପ୍ନ ଦେଖୁଥିବା କହନ୍ତି। ତଥାପି ବୌଦ୍ଧ ଜିଲ୍ଲାରେ ତୀରନ୍ଦାଜି ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ଅଭ୍ୟାସରୁ ବଞ୍ଚିତ ହେଉଥିବା ଜିଲ୍ଲା ତୀରନ୍ଦାଜ ସଭାପତି ବସନ୍ତ ସାହୁ କହିଛନ୍ତି .ବୌଦ୍ଧର ଦୁଇ ଭାଇ-ଭଉଣୀଙ୍କ ସଫଳତା .

Leave a Reply

Your email address will not be published. Required fields are marked *