ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ର ମିଶ୍ରଣ ପର୍ବ | ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ରେଙ୍ଗାଲିର ପୂର୍ବତନ ବିଜେଡି ବିଧାୟକ ରମେଶ ପଟୁଆ | ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଇଛନ୍ତି | ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତବ ବିଧାୟକ ନାଉରୀ ନାୟକ, ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ଉପସ୍ଥିତି ରେ ରମେଶ ପାଟୁଆ ପଦ୍ମ ଧରିଛନ୍ତି | ଏହା ସହ ତାଙ୍କ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି |
ମିଶ୍ରଣ ପର୍ବ- ବିଜେପି ରେ ଯୋଗ ଦେଲେ ବିଜେଡି ର ପୂର୍ବତନ ବିଧାୟକ
