ବିଦ୍ୟୁତ ବିଭାଗ ଓ ପୂର୍ତ୍ତ ବିଭାଗ ର ସମନ୍ୱୟ ଅଭାବ
ଦେବଗଡ଼:- ରାସ୍ତା ମଝିରେ ଜମ ସାଜି ଅନାଇ ବସିଛି ବିଦ୍ୟୁତ ଖୁଣ୍ଟ . ଏ ହେଉଛି ଦେବଗଡ଼ ଜିଲ୍ଲା ଲାଲୁ ସାହି ଛକ ଠାରୁ ଏଡ଼ିଏମ କ୍ଵାଟର , ମହିଳା ମହାବିଦ୍ୟାଳୟ ଦେଇ ଓଲଟବଟ ଓ ରଥ ପଦା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ର ବାସ୍ତବିକ ରୂପ . ଗୋଟପଟେ ରାସ୍ତା ନିର୍ମାଣ ପୂର୍ବରୁ ବିଦ୍ୟୁତ ଖୁଣ୍ଟ ହଟାଇବାର ନିର୍ଦ୍ଦେଶ ଥିବାବେଳେ ଅନ୍ୟପଟେ ଏଭଳି କାର୍ଯ୍ୟ ସମ୍ବିଧାନ କୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି . ନିୟମାନୁସାରେ ରାସ୍ତା କାର୍ଯ୍ୟ କରୁଥିବା ପୂର୍ତ୍ତ ବିଭାଗ ପ୍ରଥମେ ବିଦ୍ୟୁତ ବିଭାଗ କୁ ଚିଠି କରି ଏହି ଖୁଣ୍ଟ କୁ ରାସ୍ତା କଡ଼କୁ ଉଠାଇ ତାପରେ କାର୍ଯ୍ୟ ଆରମ୍ଭ କରିବା କଥା . କିନ୍ତୁ ରାସ୍ତା ନିର୍ମାଣ ଅଧା ହୋଇସାରିବା ପରେ ମଧ୍ୟ କିଭଳି ବିଦ୍ୟୁତ ଖୁଣ୍ଟ ରାସ୍ତା ମଝିରେ ରହି ଜନସାଧାରଣଙ୍କୁ ହଇରାଣ କରୁଛି ତାହା ସ୍ପଷ୍ଟ ଅନୁମେୟ . ବିଶେଷକରି ଏଡିଏମ କ୍ୱାଟର ସମ୍ମୁଖରେ ଥିବା ଟ୍ରାନ୍ସଫର୍ମର ଯୋଗୁ ରାସ୍ତା ଅତ୍ୟଧିକ ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଭୟାବହ ଦୁର୍ଘଟଣା ଘଟିବାର ଆଶଙ୍କା ଜୋରଦାର ହେଉଛି। ଏତେଦିନ ହୋଇଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର ସ୍ଥାଣୁତା ଜନତାଙ୍କ ଜୀବନକୁ ମୃତ୍ୟୁ ମୁଖକୁ ପକାଇ ଦେଉନାହିଁ ତ ? ତେବେ ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିପାରିନାହିଁ .
