ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ୍ କଲେ ଦଣ୍ଡ ନାଚ ଯାତ୍ରା ପାର୍ଟି
ଗତକାଲି ରାତିରେ ବ୍ରହ୍ମପୁର ହିଲ ପାଟନା ଅଞ୍ଚଳରେ ହିଞ୍ଜିଳିକାଟୁ ସାନ ପାର୍ଟି ପକ୍ଷରୁ ଦଣ୍ଡ ନୃତ୍ୟ ଚାଲିଥିଲା। ସଂଧ୍ୟାରେ ସାମାଜିକ ନାଟକ ପରିବେଷଣ ହେଉଥିଲା। ତେବେ ଲୋକଙ୍କ ଡିମାଣ୍ଡ ରହିଥିଲା ରେକର୍ଡ ଡ୍ୟାନସ। ତେବେ ପ୍ରଶାସନ ନୀୟମ କରିଥିବାରୁ ସେଭଳି କରି ପାରିବେ ନାହିଁ ବୋଲି ଲୋକଙ୍କୁ ବୁଝା ଯାଇଥିଲା। ଲୋକେ କିନ୍ତୁ ଶୁଣିବାକୁ ଅମଙ୍ଗ। ଯାହାକୁ ନେଇ ଦ୍ୱନ୍ଦ୍ୱ ରେ ପଡ଼ିଥିଲା ଦଣ୍ଡ ଦଳ। ନିୟମ ଉଲଂଘନ କଲେ ପ୍ରଶାସନ ର ଛାଟ ଭୟ ଥିବାରୁ ଶେଷରେ ବାଧ୍ୟ ହୋଇ ସାମାଜିକ ନାଟକ ବନ୍ଦ୍ କରିଥିଲେ।

ଗଞ୍ଜାମ ଜିଲ୍ଲାରେ ସଂସ୍କୃତି, ଆଧ୍ୟାତ୍ମିକତାର ପରିଚୟ ଦଣ୍ଡ ନାଚରେ ଅଶ୍ଳୀଳତାକୁ ବନ୍ଦ ପାଇ କଡ଼ା କଡି ନିୟମ ହୋଇଛି। ରାତ୍ରିରେ ସାମାଜିକ କାର୍ଯ୍ୟକ୍ରମ ରେ ଅଶ୍ଲୀଳ ନୃତ୍ୟ କିମ୍ବା ରେକର୍ଡ ଡ୍ୟାନସ ମନା କରିଛି ଜିଲ୍ଲା ପ୍ରଶାସନ। ଏଭଳିକି ଯଦି କୌଣସି ଦଣ୍ଡ ପାର୍ଟି ଏହାକୁ ଅବମାନନା କଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉଛି।
