ଭୁବନେଶ୍ବର, 13/3: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଡ଼ା ବେପାର ଭୟ । ହୁଇପ୍ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ । ୮ରୁ ୯ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ଜଣା ପଡ଼ିଛି । ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କ ସହ ଦିଲ୍ଲୀ ଯାଇଛନ୍ତି । ସେଠାରୁ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ଭିତରେ ଅଛନ୍ତି ପବିତ୍ର ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ । ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଓଡ଼ିଶା ଫେରିବେ ।
ହୁଇପ୍ କୁ ଖାତିର ନାହିଁ! ରାଜ୍ୟ ବାହାରକୁ ଗଲେ କଂଗ୍ରେସର ୮ ରୁ ୯ ବିଧାୟକ।
