ଆଜି ବି ଅନ୍ଧାର ରେ ବାବା ସିଂହନାଥ 

କଟକ ଜିଲ୍ଲା ବଡମ୍ବା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ସିଂହନାଥ ଦେବ ଏବେ ଅନ୍ଧାର ରେ। ପ୍ରଶାସନିକ  ଅବ୍ୟବସ୍ଥା ପାଇଁ ଏବେ ଦୁଃଖ ଭୋଗୁଛନ୍ତି ବାବା ସିଂହନାଥ । ସୂଚନା ମୁତାବକ ଆଜକୁ 15 ଦିନ ହେବ ବାବା   ସିଂହନାଥ ଙ୍କ ଗର୍ଭଗୃହ,ଓ ପରିବେଶ ଅନ୍ଧାର ରେ ରହିଛି। ସେବାୟତ କହିବା ଅନୁଯାଇ ପ୍ରଶାସନିକ ମନୋଭାବ ରାଜନୈତିକ ଇଚ୍ଛା ଶକ୍ତି ର ଅଭାବ ରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ  ।  ପ୍ରଶାସନିକ ଅଧିକାରୀ , ସ୍ଥାନୀୟ ଜନ ପ୍ରତିନିଧି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରତିଶୃତି ଦେଇଥିବାବେଳେ ତାହା ଏବେ ବାସ୍ତବ ରେ କାର୍ଯ୍ୟ କାରିତା  ହୋଇନଥିବା ଦେଖିବାକୁ ମିଳିଛି  । କୋଣ ଅନୁ କୋଣ ରୁ ଭକ୍ତ ମାନେ ବାବା ସିଂହନାଥ ଙ୍କୁ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବା ପରିବର୍ତ୍ତେ ବାବାଙ୍କୁ ଦର୍ଶନ ପାଇଁ ଯିବା ବେଳେ ଅନ୍ଧାରରେ ଝୁଣ୍ଟି ପଡି ଖଣ୍ଡିଆ ଖାବେରା ହୋଇ ଯିବାରୁ ଭକ୍ତ ମାନେ ବିମୁଖ ହେଉଥିବାର ଖବର ମିଳୁଛି । 10ଲକ୍ଷ୍ୟ ରୁ ଅଧିକ ଲାଇନ ବିଲ୍  ହୋଇଥିବାବେଳେ,  ଦେଉନଥିବାରୁ ସେ ଲାଇନ କାଟିଦେଇଥିବାର ସୂଚନା ଦେଇଛନ୍ତି ସେବାୟତ ଏବଂ କହିଛନ୍ତି ଠାକୁର ଙ୍କ ପଇସା ଖାଉଛି କିଏ ଓ କାହା ପାଇଁ ଲାଇନ ବିଲ୍ ପୈଠ କରାଯାଉନାହିଁ  ତାହା ତଦନ୍ତ କରାଯାଉ ।

Leave a Reply

Your email address will not be published. Required fields are marked *