ନିମାପଡାରେ ଦୁଃଖଦ ଘଟଣା। କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘରର ବିଦ୍ୟୁତ୍ ଲାଇନ୍ ଠିକ୍ କରିବା ସମୟରେ ଘଟିଲା ଏହି ଦୁର୍ଘଟଣା ।
ନିମାପଡା ବ୍ଲକ ତେରୁଣ୍ଡିଆ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ସୁବାସ ଭୋଇ, ବୟସ ୩୨ ବର୍ଷ ।
ତାଙ୍କ ପିତାଙ୍କ ନାମ ଶବର ଭୋଇ । ସୂଚନା ଅନୁସାରେ, ପଡୋଶୀ ଘରର ବିଦ୍ୟୁତ୍ ଲାଇନ୍ ଠିକ୍ କରିବା ପାଇଁ ସୁବାଷ ଭୋଇ ତାର ସଜାଡୁଥିଲେ ।

ସେ ସମୟରେ ଲାଇନ୍ ତାର ଲାଗି ଯୁବକ ଓଲଟି ପଡିଥିଲେ । ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତକଙ୍କ ବାପା ନିମାପଡା ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଛାଇଯାଇଛି।
