ପୌରାଞ୍ଚଳରେ ୩କୋଟି ୬୦ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାକୁ ବେଆଇନ ବୋଲି ଅଭିଯୋଗ ଉଠାଇଛନ୍ତି କାଉନସିଲର । ଏ ସମ୍ପର୍କରେ ପୂର୍ବରୁ ଏକ ଦାବିପତ୍ର ଦେଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବିରୋଧ କରି କାଉନସିଲର ମାନେ ପୌର କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ତେବେ କେତେକ ଠିକାଦାର ଓ ତାଙ୍କ ସମର୍ଥକ ମାନେ ଟେଣ୍ଡର ପେପର ଟେଣ୍ଡର ବକ୍ସରେ ପାକଇବାକୁ ଆସିବା ବେଳେ ଧରଣାରୁ ଉଠିନଥିଲେ କାଉନସିଲର । ଯାହାକୁ ନେଇ ଉଭୟ କାଉନସିଲର ଓ ଠିକାଦାର ମାନେ ମୁହାଁ ମୁହିଁ ହୋଇଥିଲେ । ଫଳରେ ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ବ୍ୟାପକ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା ।
କାଉନସିଲର ଓ ଠିକାଦାର ମୁହାଁ ମୁହିଁ।
