ଗୁଜରାଟର(ଫୋକସ ପ୍ଲସ ବ୍ୟୁର )ବଲସାଡ ଜିଲ୍ଲାର କପ୍ରଡା ଅଞ୍ଚଳର କୁମ୍ଭ ଘାଟ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । କାର ଓ ଏକ ଟ୍ରକ ମୁହାଁମୁହିଁ ଧକ୍କାରେ ଏଭଳି ଅଘଟଣ ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବଲସାଡ ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକମାନେ ଆମ୍ବା ଜଙ୍ଗଲ ଅଞ୍ଚଳର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ସେମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି । ଯେଉଁମାନେ ଗୋଟିଏ କାରରେ ଯାତ୍ରା କରୁଥିଲେ । କାରରେ ଥିବା ଲୋକମାନେ କପ୍ରାଡାରୁ ନାନାପୋଡା ଯାଉଥିବା ସମୟରେ କୁମ୍ଭଘାଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଚୁର୍ମାର ହୋଇଯାଇଛି ।
