ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ୮ବର୍ଷର ଶିଶୁର ମୃତ୍ୟୁ

ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ୮ବର୍ଷର ଶିଶୁର ମୃତ୍ୟୁ

ଫୋକସ ପ୍ଲସ ବ୍ୟୁର :ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ୮ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ସାଇପ୍ରସାଦ ନାଏକ।

ସାଇ ପ୍ରସାଦଙ୍କ ଘର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁସୁପଙ୍ଗା ଗ୍ରାମରେ। ପରିବାର ସହ ତାଙ୍କ ମାମୁ ଘର ଖଣ୍ଡତିରୀ ଗ୍ରାମରେ ରହୁଥିଲେ।ଆଜି ସକାଳେ ସାଇପ୍ରସାଦ ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ଯାଇଥିଲେ। ଘରକୁ ନଫେରିବାରୁ ଘର ଲୋକ ବହୁ ଖୋଜାଖୋଜି କରିବା ପରେ କେହି ସାଇପ୍ରସାଦ ପୋଖରୀରେ ବୁଡିଯାଇଥିବା ଦେଖିଥିଲେ I ପରିବାର ଲୋକ ଓ ଗ୍ରାମବାସୀ ସାଇପ୍ରସାଦକୁ ଉଦ୍ଧାର କରି ତୁରନ୍ତ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *