ନାହିଁ ଧାନମଣ୍ଡି ଭିଜୁଛି ଧାନ, ଗଜା ମାରିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ

ବର୍ଷାରେ ଭିଜି, ଗଜା ମାରିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ । ଜିଲ୍ଲାରେ ମଣ୍ଡି ଋତୁ ସରିଲା, ଚାଷୀ ମାନଙ୍କ ଖାତା କୁ ଟଙ୍କା ଗଲା। କିନ୍ତୁ ସରକାରୀ ଗୋଦାମକୁ ଧାନ ଯାଇନପାରିବାରୁ, ଏବେ ଗଜା ମାରି କୁଇଣ୍ଟାଲ କୁଇଣ୍ଟାଲ ଧାନ ନଷ୍ଟ ହେବାକୁ ବସିଛି। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ, ନୂଆଗାଁ ଏବଂ ସିଙ୍ଗିରି ସମବାୟ ସମିତିର ବାହାରର ଦୃଶ୍ୟ। ସୋସାଇଟି ବାହାରେ ପଡି ରହିଛି ବସ୍ତା ବସ୍ତା ଗଜା ଧାନ। ନିକଟରେ ହେଉଥିବା କାଳବୈଶାଖୀ ରେ ବର୍ଷା ଯୋଗୁଁ ଏଭଳି ଅବସ୍ଥା। ତେବେ ଚଳିତବର୍ଷ ମଣ୍ଡି ପୂର୍ବରୁ ଧାନର ସୁରକ୍ଷିତ ଜମା ପାଇଁ ପ୍ରତି ସୋସାଇଟି ରେ ମଣ୍ଡି ଗୃହ ନିର୍ମାଣ କରାଯାଇଥିଲେ ସୁଦ୍ଧା, କିଛି ସୋସାଇଟିରେ ମଣ୍ଡି ଗୃହ ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ଧାନ ଏବେ ନଷ୍ଟ ହେବାକୁ ବସିଛି। ଏପରିକି ଅନେକ ଚାଷୀ ଧାନ ଦେବା ସମୟରେ ବର୍ଷା ହେବାରୁ ସେହି ଓଦା ଧାନକୁ ମିଲର ନନେଇଥିବାରୁ ଚାଷୀଙ୍କ ମନରେ କ୍ଷେଭ l ତେବେ ସରକାର କିଣିଥିବା ଧାନ ଗଜା ହୋଇସାରିଥିବା ବେଳେ, ତାହାର ମୂଲ୍ୟ କିଏ ଦେବ। କିହିଁକି ନିର୍ଦ୍ଧାରିତ ସମୟ ସୁଦ୍ଧା ମଣ୍ଡି ଗୃହ ନିର୍ମାଣ କାର୍ଯ୍ୟ ସରିଲାନାହିଁ ? 

ଆଉ ଏଥିପାଇଁ କିଏ ଉତ୍ତରଦାୟୀ ? ନଷ୍ଟ ହୋଇଥିବା ଧାନର ମୂଲ୍ୟ କିଏ ଦେବ, ପାକ୍ସ ସମ୍ପାଦକ ଓ ମିଲରଙ୍କ ମଧ୍ୟରେ ଅସନ୍ତୋଷ ଆଗକୁ ଦେଖା ଯିବକି । ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ।

Leave a Reply

Your email address will not be published. Required fields are marked *