ଗଠନ ହେଲା “ଘାସିରାମ ମାଝୀ ସ୍ମୃତି ପରିଷଦ “

ବରିଷ୍ଠ ଆଇନଜିବୀ ପ୍ରସନ୍ନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସ‌ହରର ଆଇନଜୀବୀ, ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ଏଠାରେ ନୂଆପଡ଼ା ଜିଲ୍ଲା ଗଠନର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝିଙ୍କ ସ୍ମୃତିରେ ଘାସିରାମ ମାଝି ସ୍ମୃତି ପରିଷଦ ଗଠିତ ହୋଇଯାଇଛି। ସ୍ୱର୍ଗତ ମାଝିଙ୍କ ଝିଅ ସରୋଜିନୀ ମାଝିଙ୍କୁ ଆବାହକ ଭାବେ ମନୋନୀତ କରିଥିଲେ। ସେହିପରି ସଭାପତି ଭାବେ ଆଇନଜୀବୀ ପ୍ରସନ୍ନ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ହୋମସିଂ ମାଝି ମନୋନୀତ ହୋଇଥିଲେ । ଗତ ମାର୍ଚ୍ଚ ୨ରେ ଏକ ଟ୍ରକ ସ୍ବର୍ଗତ ମାଝିଙ୍କ ପ୍ରତିମୂର୍ତ୍ତିକୁ ଧକ୍କାଦେବାରୁ ଭାଙ୍ଗି ଚୁରମାର ହୋଇଥିଲା । ଭଙ୍ଗାମୂର୍ତି ଏକତା ଛକରେ ରହିଥିବାରୁ ଜିଲ୍ଲାବାସୀଙ୍କ ମନରେ ଗଭୀର ଆଘାତ ଦେଉଛି। ସ୍ୱର୍ଗତ ମାଝି ଜିଲ୍ଲାର ଗର୍ବ ଓ ଗୌରବ। ତାଙ୍କ ଉଦ୍ୟମରେ ନୂଆପଡ଼ା ନୂତନ ଜିଲ୍ଲା ମାନ୍ୟତା ପାଇଥିଲା। ତାଙ୍କର ସୁରକ୍ଷା ଓ ଗାରୀମାମୟ ଐତିହ୍ୟକୁ ଜିଲ୍ଲା ପ୍ରଶାସନ ଅଣଦେଖା କରୁଛି। ଏଣୁ ତାଙ୍କ ସ୍ମୃତି, ଐତିହ୍ୟକୁ ସୁରକ୍ଷା ଦେବାର ଆବଶ୍ୟକ‌ତା ରହିଛି।

ଆଗାମୀ ଦିନରେ ନବ ଗଠିତ ସ୍ମୃତି ପରିଷଦ ଶ୍ରୀ ମାଝିଙ୍କ ସ୍ମୃତିକୁ ଲୋକଲୋଚନକୁ ଆଣିବ ବୋଲି ମତପ୍ରକାଶ ପାଇଥିଲା। ଏକତା ଛକରେ ପିତ୍ତଳରେ ନିର୍ମିତ ଏକ ପୂର୍ଣାଙ୍ଗ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଜବରଦଖଳ ଉଚ୍ଛେଦ କରି ଭବିଷ୍ୟତରେ ଗୋଲେଇ ଛକ କରିବା ସହ ସ୍ଥାୟୀ ସୁରକ୍ଷା ପାଇଁ ବ୍ୟାରିକେଡ଼ ଲଗାଇବାକୁ ଦାବି କରିଛନ୍ତି । ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନ କର, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ନେତା ମୁରଲୀଧର ସୁନା, କମଲ ପଣ୍ଡା, ବିଭୂତି ଭୂଷଣ ପାଣିଗ୍ରାହୀ, ହରିଶ ପଟେଲ, ଲୋକନାଥ ସେଠୀ, ସେବନଲାଲ ସାହୁ,  ଜାନ ସଙ୍ଘ ସଭାପତି ଘନଶ୍ୟାମ ଭୋଇ, ସାଧାରଣ ସମ୍ପାଦକ ରତନ କେତକୀ,ଫୋକସ ଜିଲ୍ଲା ପ୍ରତିନିଥି ରାଜକିରଣ ସିଂ ଦେଓ,  ଅଶ୍ୱିନୀ ପାଣିଗ୍ରାହୀ, ଆଇନଜୀବୀ ପ୍ରତେଶ ସାହୁ, ପ୍ରିୟଙ୍କା ପାତ୍ର, ଶୁଭାସିନୀ ମନ୍ତ୍ରୀ, ଅଂଶୁମାନ ଅଗସ୍ତ୍ୟ, ମକାରୁ ବେମାଲ,  ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *