ଜଗନ୍ନାଥପୁର ରେ ମଣ୍ଡଳସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁରୁଖା ଗ୍ରାମରେ ବିଜେପି ଜଗନ୍ନାଥପୁର ମଣ୍ଡଳ ପକ୍ଷରୁ ଉତ୍କଳ ଦିବସ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନ ସ୍ମରଣ କରାଯାଇଥିଲା l

ବରିଷ୍ଠ ବିଜେପି ନେତ୍ରୀ ଜୟଲକ୍ଷ୍ମୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଯୁବନେତା ପ୍ରଶାନ୍ତ ପଣ୍ଡା ଓ ମହିଳା ନେତ୍ରୀ ପ୍ରତିମା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ “ବନ୍ଦେ ଉତ୍କଳ ଜନନୀ” ଗାନ ପରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ସହ ଅନ୍ୟାନ୍ୟ ବରପୁତ୍ରଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ସେହିପରି, ସ୍କିଲ ଇଣ୍ଡିଆ ଯୋଜନା ଅଧୀନରେ ମହିଳାମାନଙ୍କୁ ଛତୁ ଚାଷ, ସିଲେଇ ମେସିନ ଓ ଚାନ୍ଦୁଆ ପ୍ରସ୍ତୁତିଏହି ବୈଠକରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମୋହିତ ମହାନ୍ତି, ତପନ ବେହେରା, ନିଲିପ୍ତ ଜେନା, ପ୍ରଦୀପ ନାୟକ, ଜଟାଧାରୀ ସ୍ବାଇଁ, ନୃସିଂହ ଜେନା, ଦେବଜ୍ୟୋତି କାନୁନଗୋ, ରଜିଆ ରସୁଲ, ପ୍ରଭାକର ଦାସ ଓ ବେବିନା ମହାରଣାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ବୁଥ ପ୍ରମୁଖମାନେ ଯୋଗଦେଇଥିଲେ।

ଶେଷରେ ଜିଲ୍ଲା ଭାଗବତ ପ୍ରଚାର ସମିତି ସଦସ୍ୟ ରମାକାନ୍ତ ସାହୁ ଧନ୍ୟବାଦ ଜଣାଇଥିଲେ। ଉତ୍କଳ ଦିବସର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଞ୍ଚଳରେ ଏକତା ଓ ସାମାଜିକ ସଚେତନତାକୁ ଆରୋହଣ କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *