ସାରା ରାଜ୍ୟରେ ଓଡ଼ିଆ ପକ୍ଷ ୨୦୨୬ ଏପ୍ରିଲ ୧ତାରିଖ ଓଡ଼ିଶା ଦିବସ ଠାରୁ ୧୪ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେଉଥିବା ବେଳେ ଆଜି ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ୱାର୍ଡ଼ ର ମଠ ମନ୍ଦିର ଗୁଡ଼ିକରେ ସ୍ୱଚ୍ଛ ଓଡ଼ିଶା ଦିବସ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେହି କ୍ରମରେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରେ ମଧ୍ଯ ଏହି ସ୍ବଚ୍ଛ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଏସଡିପିଓ ପ୍ରମୋଦ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ଆଇଆଇସି ଗୋବର୍ଦ୍ଧନ ନାୟକ, ଅତିରିକ୍ତ ତହସିଲଦାର, ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ର ଛାତ୍ରୀ ଓ ବରିଷ୍ଠ ଜନ ସାଧାରଣ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ଦିର ସାମ୍ନାରେ ଥିବା ଅଳିଆ ଆବର୍ଜ୍ଜନା ସଫା କରିବା ସହିତ ସ୍ୱଚ୍ଛ ଓଡ଼ିଶା ଗଠନ ଦିଗରେ ମତବ୍ୟକ୍ତ କରିଥିଲେ।

