ବିଜେଡ଼ିର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଦଳରୁ ନିଲମ୍ବିତ ହେବା ଏହା ଦଳ ପାଇଁ ଶୁଭଙ୍କର –  ବ୍ୟୋମକେଶ ରାୟ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି।

ବିଜେଡ଼ି ରୁ ବିଦା ହେଲେ ଭଦ୍ରକର ପୁର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ। ମଞ୍ଜୁଲତା ମଣ୍ଡଳ ୨୦୧୯ ରେ ଭଦ୍ରକ୍ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦଳ ତାଙ୍କୁ ଭରସା କରି ୨୦୨୪ ରେ ମଧ୍ୟ  ପୁନଶ୍ଚ ଟିକେଟ ଦେଇଥିଲା। ସେହିପରି ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ୨୦୧୪ ରେ ଧାମନଗର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ମାତ୍ର ଶ୍ରୀମତି ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ବିଜୁ ଜନତା ଦଳରେ ରହି ଦୀର୍ଘ ଦିନ ହେବ ଦଳ ବିରୋଧୀ କାର୍ଯ୍ୟ କରି ଆସୁଥିବା ବେଳେ ଦଳ ଭିତରେ ରହି ଗୋଷ୍ଠି କନ୍ଦଳ ସୃଷ୍ଚି କରୁଥିବା ଏବଂ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗରେ ଦଳ ଆଜି ଏହି ଦମ୍ପତିଙ୍କୁ ଦଳରୁ ନିଲମ୍ବିତ କରିଥିବା ଜଣାପଡ଼ିଛି।  ହେଲେ ଏପଟେ ଏହି ଘଟଣାରେ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ବ୍ୟୋମକେଶ ରାୟ ନିଜର ପ୍ରତିକ୍ରିୟା ଦେବା ସହିତ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଉପରେ ବର୍ଷିଥିଲେ। ତେବେ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ଦଳରୁ ନିଲମ୍ବିତ ହେବା ଏହା ଦଳ ପାଇଁ ଅତ୍ୟନ୍ତ ଶୁଭଙ୍କର ବୋଲି ବିଧାୟକ ବ୍ୟୋମକେଶ ରାୟ କହିବା ସହିତ ଉଚିତ ସମୟରେ ଦଳର ସୁପ୍ରୀମ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *