ବୌଦ୍ଧରେ ଗଞ୍ଜେଇ ଜବତ – ଜଣେ ଗିରଫ

ବୌଦ୍ଧ ଜିଲ୍ଲାରେ ପୁଲିସର ଚଢ଼ାଉ।, ୨୫ କିଲୋ ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ମନମୁଣ୍ଡା ଥାନା ପୁଲିସ ଏପ୍ରିଲ ୧୦ ତାରିଖ ସକାଳେ ସିଗଡ଼ି ରୋଡ୍ ନିକଟରେ ଚଢ଼ାଉ କରି ଅବୈଧ ଗଞ୍ଜେଇ ଚୋରା ଚାଲାଣ ଅଟକାଇଛି । ଅଭିଯାନରେ ୨୫ କିଲୋ ଗଞ୍ଜେଇ, ଏକ HF Deluxe ବାଇକ୍ ଓ ୧ ଲକ୍ଷ ୪୩ ହଜାର ୪୨୦ ଟଙ୍କା ନଗଦ ଜବତ କରାଯାଇଛି ।

ଏହି ଘଟଣାରେ ଆସିନିବିର ଗାଁର ବିଭୂତି ଭୂଷଣ ମହାକୁଡ଼ ଙ୍କୁ ପୁଲିସ ଗିରଫ କରିଛି । ମନମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଛି । ମାଦକଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସ୍ଡ଼ିପିଓ ଲରେନ ରାଉତରାୟ ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *