ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ ୧୮ନମ୍ବର ଜାତୀୟ ରାଜପଥ ଛୁରୁଣୀ ଛକ ପେଟ୍ରୋଲ ପମ୍ପ ନିକଟରେ. ଆଜି ଭୋର ସକାଳୁ ଚାରି ଜଣ ତୀର୍ଥ ଯାତ୍ରୀ କାର ଯୋଗେ ଜଗନ୍ନାଥ ଦର୍ଶନ ପାଇଁ ଦିଲ୍ଲୀରୁ ପୁରୀ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ଆର୍ଟିକା କାରକୁ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଛି. ଦୁର୍ଘଟଣାପରେ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଓ ତିନି ଜଣ ଆହତ ହୋଇଥିବା ବେଳେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି,ସଡ଼କ ଦୁର୍ଘଟଣା
ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ଆହତଙ୍କୁ ଅଟୋ ଯୋଗେ ବେତନଟୀ ମେଡିକାଲକୁ ପଠାଇ ଥିଲେ,

ତିନିଜଣ ଆହତଙ୍କୁ ବେତନଟୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଜଣେ ଗୁରୁତର କୁ ବାରିପଦା ପି ଆର ଏମ ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଦିଆଯାଇଛି । ବେତନଟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ କାର ଟି କୁ ଜବତ କରି ତଦନ୍ତ ଆରମ୍ବ କରିଛି.ସଡ଼କ ଦୁର୍ଘଟଣା
