ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଭାବେ କହେଁଇ ଚରଣ ଡାଙ୍ଗଙ୍କ ଦାୟିତ୍ୱ ଗ୍ରହଣ

ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଆଜି ବିଧିବଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ପ୍ରଥମେ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ସରକାରଙ୍କ ଘୋଷଣା ପରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଆଜି ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟକୁ ପହଞ୍ଚି ବିଧିବଧ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ଓ ଏଡିଏମ ଙ୍କ ସହିତ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ଉପସ୍ଥିତ ଥିଲେ।

ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖି କହେଁଇ ଚରଣ ଡାଙ୍ଗ କହିଥିଲେ ଯେ, ବୌଦ୍ଧ ଜିଲ୍ଲାର ସମଗ୍ର ବିକାଶ ନିମନ୍ତେ ସେ ପ୍ରାଥମିକତା ଦେବେ। ବିଶେଷ କରି ଜିଲ୍ଲା ରେ କୃଷି କୃଷକ ଙ୍କ ଭିତ୍ତିଭୂମି ବିକାଶ ଉପରେ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଗଣମାଧ୍ୟମ ଆଗରେ ଶ୍ରୀ ଡାଙ୍ଗ ମତ ରଖିଥିଲେ .

Leave a Reply

Your email address will not be published. Required fields are marked *