ସଜେଇ ହେଉଛି ମା ମାଟିଆ ମଙ୍ଗଳା ପୀଠ : ପାଖେଇ ଆସୁଛି ମା ଙ୍କ ପଣା ପର୍ବ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ର ପ୍ରସିଦ୍ଧ ଶକ୍ତି ପୀଠ ମା ମାଟିଆ ମଙ୍ଗଳାଙ୍କ ପୀଠ ଏବେ ଚଳଚଞ୍ଚଳ, ଆଉ ଦୁଇଦିନ ପରେ ମହାବିଷୁବ ପଣା ସଂକ୍ରାନ୍ତି ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠୁଛି ବାରଗାଁରେ ଥିବା ମା”ଙ୍କର ଏହି ପୀଠ । ଚୈତ୍ର ମାସର ପଣା ସଂକ୍ରାନ୍ତିରେ ବହୁ ଆଡମ୍ବରରେ ପାଳନ ହୁଏ ମାଙ୍କ ଚଇତି ପଣା ପର୍ବ । ଏହି ଦିନରେ ମାଙ୍କର ଆବିର୍ଭାବ ହୋଇଥିବାରୁ ଏହି ଦିନକୁ ମଧ୍ୟ ମା ମାଟିଆ ମଙ୍ଗଳାଙ୍କ ଜନ୍ମଜୟନ୍ତୀ ରୂପେ ପାଳନ କରାଯାଇ ଥାଏ । ପ୍ରାୟତଃ ସଂକ୍ରାନ୍ତିର ସାତ ଦିନ ପୂର୍ବରୁ ମାଙ୍କ ପୀଠରେ ଆରମ୍ଭ ହୋଇଥାଏ ପୂଜା ଉତ୍ସବ । 

ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଏହି ପୂଜା ବିଧି ଆରମ୍ଭ ହୋଇଥିବା ବେଳେ ମାଶାନ୍ତର ପୂର୍ବଦିନ ସନ୍ଧ୍ୟାରେ ସାତ ଦିନ ଧରି ଚାଲିଥିବା ହରିନାମ ସଂକ୍ରୀର୍ତ୍ତନର ପୂର୍ଣ୍ଣାଆହୁତି କାର୍ଯ୍ୟକ୍ରମ ସହ ଗୋମାତା ପୂଜା ଓ ଶ୍ରୀ ଶ୍ରୀ ହରିହାଟ ଅନୁଷ୍ଠିତ ହୋଇଥାଏ ।

ଏହି ମାଙ୍ଗଳିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଗହଳି ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ମା ମାଟିଆ ମଙ୍ଗଳା ଉନ୍ନୟନ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା ସହ ଭକ୍ତଙ୍କ ପାଇଁ ଆନନ୍ଦ ବଜାରର ମଧ୍ୟ ବ୍ୟବସ୍ତା କରାଯାଇଥାଏ ।  

ମା ଙ୍କ ଚୈତ୍ର ମାସର ପଣା ସଂକ୍ରାନ୍ତି ହେଉଛି ନିଆରା ପର୍ବ । ଏହି ଦିନ ଜିଏ ମା ଙ୍କୁ ଦର୍ଶନ କରି ନିଜର ଦୁଃଖ ମନାସେ ମା ତାର ନିଶ୍ଚିୟ ଶୁଭମନାସନ୍ତି । ଏହି ଠାକୁରାଣୀ ଙ୍କୁ ରାଉଳ ସମ୍ପ୍ରଦାୟର ପୂଜାରୀ ପୂଜାର୍ଚ୍ଚନା କରୁଥିବା ବେଳେ ନୀତିକାନ୍ତିରେ ଲାଗୁହୁଏ ହାତ ଢିଙ୍କିର ପ୍ରସ୍ତୁତ ଅରୁଆ ଚୁନା ର ପୋଡ଼ପିଠା ।

14 ତାରିଖ ମଙ୍ଗଳ ବାର ଦିନ ମାଙ୍କ ଜନ୍ମ ଜୟନ୍ତୀ ଓ ଚଇତି ପଣା ପର୍ବ ଥିବାରୁ ଏଥି ପାଇଁ ବାରଗାଁ ମା ମାଟିଆ ମଙ୍ଗଳା ଉନ୍ନୟନ କମିଟି ପକ୍ଷରୁ ଯୋର ଦାର୍ ପ୍ରସ୍ତୁତି ଚାଲିଥିବାବେଳେ ଭକ୍ତଙ୍କ ମନୋରଞ୍ଜନ ପାଇଁ ମଧ୍ୟ 14.04.2026 ରିଖ ଠାରୁ ଯାତ୍ରା ସ୍ବପ୍ନ ମହଲ ଓ ଯାତ୍ରା ଇନ୍ଦ୍ରଭୁବନ ଯାତ୍ରା ପରିବେଷଣ କରିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *