ଫୋକସ ପ୍ଲସ(ଦଶମନ୍ତପୁର)୨୫/୦୮/୨୦୨୨:କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ବଦଳି କୁଡୁମା ଗାଁ ଆମ୍ବ ତଟା ପରିସରରେ ଆଜି ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଗୈାରବ ପଦଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ ଯାତ୍ରା ର ଶୁଭାରମ୍ଭ କରିଥିଲେ। ପ୍ରଥମେ ଏହି ବଦଳି କୁଡୁମା ଗାଁ ର ସ୍ବାଧୀନ ସଂଗ୍ରାମୀ ସ୍ବର୍ଗତ ଖଗପତି ନାୟକ, ଓ ରଏଲା ନାୟକ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିଲା। ଜାତୀୟ କଂଗ୍ରେସ ସଭାନେତ୍ରୀ ସନ୍ୟା ଗାନ୍ଧୀ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ବ୍ଲକ କଂଗ୍ରେସ ସଭାପତି ବେଣୁଧର ପାତ୍ର ନେତୃତ୍ବରେ ଆଜି ର ଆୟୋଜନ କରାଯାଇ ଥିବା ବେଳେ ଲକ୍ଷ୍ମୀପୁର କଂଗ୍ରେସ ସଭାପତି କୈଳାସ ଚନ୍ଦ୍ର ଖୋସଲା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀ ପତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ପବିତ୍ର ସାଉନ୍ତା, ସମେତ ବହୁ କଂଗ୍ରେସ କର୍ମୀ ପଦଯାତ୍ରା ରେ ଯୋଗଦାନ ଦେଇଥିଲେ। ସୂଚନା ମୁତାବକ ଆଜି ର ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ କଂଗ୍ରେସ ଅମଳ ସମୟରେ ଦେଶ ସ୍ବାଧୀନ ହୋଇ ଥିଲା। ବିଦେଶୀ ମାନଙ୍କୁ ଆମ ଦେଶ ରୁ ହଟାଇବା ଲାଗି ଅନେକ ଦେଶ ପ୍ରେମି ସ୍ବାଧୀନ ସଂଗ୍ରାମୀ ମାନେ ଜୀବନ କୁ ବଳି ଦେଇ ଦେଶ ସ୍ବାଧୀନ ଆଣି ଥିଲେ। ଆଜକୁ ଦେଶ ସ୍ବାଧୀନତା ଲାଭ କରି ୭୫ ବର୍ଷ ହେଲା। ସେଥିପାଇଁ ସେହି ଦିନ କୁ ସ୍ମରଣ କରିବା ଉଦେଶ୍ୟ ରେ ଏହି ପଦଯାତ୍ରା କରାଯାଇ ଥିବା କୁହାଯାଇଛି। ତେବେ ଆଜି ବି କଂଗ୍ରେସ ର ତ୍ୟାଗ ରହିଛି ଏବଂ ଆଗକୁ ରହିବ। ଏହି ଦୋଳ ଲୋକଙ୍କ ଦୋଳ ଏଠାରେ ଆଦର୍ଶ ରହିଛି ବୋଲି ବିଧାୟକ ତାରା ବାହିନୀପତି ପ୍ରକାଶ କରିଛନ୍ତି। ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ରେ ଏହି ଭଳି ପଦଯାତ୍ରା କରାଯିବ। ଆଜି ବଦଳି କୁଡୁମା ଗାଁ ଠାରୁ ପଦଯାତ୍ରା ଆରମ୍ଭ ହୋଇ ଛି ପ୍ରଥମ ଦିନ ରେ ସଂଗ୍ରାମୀ ଗାଁ ଠାରୁ ବାହାରି ବାଣୁଆ ଗୁଡା, ଦଶମନ୍ତପୁର ସହର ପରିକ୍ରମା କରି ଥିବା ଦେଖିବାକୁ ମିଳିଛି।
ଦଶମନ୍ତପୁର ବ୍କକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।
