ଅଜବ ଖବର ଶୁଣିଲେ ଆପଣଙ୍କ ହୋସ ଉଡିଯିବ। ଯଦି ଆପଣ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଉଛନ୍ତି ତାହେଲେ ଆପଣଙ୍କୁ ମିଳିବ ଦଣ୍ଡ। ତେଣୁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେବା ପୂର୍ବରୁ ହୋଇଯାଆନ୍ତୁ ସବଧାନ। ଅଦାଲତ ନେଇପାରେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଏମିତି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ। ଯେଉଁଠି ଜଣେ ବ୍ୟବସାୟୀ ପାରାଙ୍କୁ ଖାଇବାକୁ ଦେଉଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଉ ଅଦାଲତ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ଉପରେ ୫୦୦୦ ହଜାର ଟଙ୍କାର ଜୋରିମାନା କରିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ। ତେବେ ଘଟଣାଟି କିଛି ଏମିତି ଥିଲା ସର୍ବସାଧାରଣରେ ପାରାମାନଙ୍କୁ ଖାଇବାକୁ ଦେବା ଯୋଗୁଁ ସେମାନଙ୍କର ମଳ ଦ୍ୱାରା ଅନେକ ରୋଗ ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ତେଣୁ ସେମାନଙ୍କୁ ଖାଇବାକୁ ନଦେବା ପାଇଁ ମୁନିସିପାଲ କୋରପୋରେସନ ପକ୍ଷରୁ ଜନସାଧାରଣମାନଙ୍କୁ ମନା କରାଯାଇଥିଲା। ତେବେ ନିତୀନ ସେଠ ନାମକ ଜେଣ ବ୍ୟକ୍ତି ପାରାମାନଙ୍କୁ ଖାଇବାକୁ ଦେଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ନଜରରେ ଆସିଥିଲା ଯାହାକୁ ନେଇ ସେମାନେ ମୁନିସିପାଲ କୋରପୋରେସନ ଖବର ଦେବା ପରେ ଭିଡିଓଟି ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପଶୁପକ୍ଷୀଙ୍କୁ ଖାଇବାକୁ ଦେଲେ ଦେବେ ଜୋରିମାନା
