ଦେବଗଡ:(ଫୋକସ ପ୍ଲସ) ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘର ମଧ୍ୟକୁ ପଶିଗଲା ବସ। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି। ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବିଲେଇନାଳୀ ଗ୍ରାମରେ।
“ମା” ନାମକ ଏକ ଘରୋଇ ବସ ରେଙ୍ଗାଳବେଡା ଅଞ୍ଚଳରୁ ବରଯାତ୍ରୀଙ୍କୁ ନେଇ କଂସର ଗ୍ରାମ ଅଭିମୁଖେ ଯାଉଥିଲା। ବିଲେଇନାଳୀ ଗ୍ରାମରେ ଭାରସାମ୍ୟ ହରାଇ ହଠାତ ରାସ୍ତା କଡରେ ଥିବା କୃଷ୍ଣଚନ୍ଦ୍ର ଧାଙ୍ଗର ଙ୍କ ଘର ମଧ୍ୟକୁ ପଶିଯାଇଥିଲା। ବସ ଧକ୍କା ଫଳରେ କୃଷ୍ଣଚନ୍ଦ୍ରଙ୍କ ରୋଷେଇ ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ସେଠାରେ ଥିବା ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ କୃଷ୍ଣଚନ୍ଦ୍ରଙ୍କ ଭଉଣୀ ନିକଟସ୍ଥ ଟିକିଲିଝରଣ ଗ୍ରାମର ଇନ୍ଦୁ ମୁଣ୍ଡା। କୃଷ୍ଣଚନ୍ଦ୍ରଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଦ୍ଧି କାର୍ଯ୍ୟକ୍ରମ ପାଇଁ ଇନ୍ଦୁ ବାପାଙ୍କ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
