ତିର୍ତ୍ତୋଲରେ କାର୍ଯ୍ୟକାରୀ ହେଉନି ପ୍ରସାଶନିକ ସୁବିଧା

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୂଳ ଗ୍ରାମ ପଞ୍ଚାୟତ ମୁଣ୍ଡାସାହି ଅଙ୍ଗନୱାଡି କେନ୍ଦ୍ର ଅସମ୍ପୂର୍ଣ ଓ ଅପରିତ୍ୟକ୍ତ ଅବସ୍ଥାରେ କାର୍ଯ୍ୟକାରୀ ହେଉଛି । ଅଙ୍ଗନୱାଡି କେନ୍ଦ୍ର ପରିସରରେ ନାଁ ଅଛି ନଳକୂପ ନାଁ ଅଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଅବ୍ୟବସ୍ଥା ଯୋଗୁ ଶିଶୁମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଅଙ୍ଗନୱାଡି କେନ୍ଦ୍ରଠାରୁ ଦୂରରେ ଥିବା ମଠ ଅବା କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସାଇକେଲ ଯୋଗେ ପିଇବା ପାଣି ଅଣାଯାଉଛି । ଏଥିସହ ଶୌଚାଳୟ ଅର୍ଦ୍ଧ ନିର୍ମିତ ଥିବା ଯୋଗୁଁ ତାହା ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ । ଅଙ୍ଗନୱାଡିର ପାଚେରୀ ନ ଥିବା ଯୋଗୁଁ କେନ୍ଦ୍ରର ବାରଣ୍ଡା ଅସାମାଜିକ ଓ ମଦ୍ୟପ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଯାହାକୁ ନେଇ ଗତ ଫେବୃଆରୀ ମାସରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଅବଗତ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ କୋମଳମତି ଶିଶୁମାନଙ୍କ ପାଇଁ ଯଥା ଶୀଘ୍ର ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ନଳକୂପ ଖନନ, ଜଳ ଯୋଗାଣ ବ୍ୟବସ୍ଥା, ପାଚେରୀ ନିର୍ମାଣ ସହ ଉକ୍ତ କେନ୍ଦ୍ରର ଅସମ୍ପୂର୍ଣ କାମକୁ ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେବାକୁ ଶିକ୍ଷକ ସମେତ ଅଭିଭାବକମାନେ ଦାବି ହୋଇଛି l ତେବେ ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନ ହୁଏ ତାହାଲେ ସମସ୍ତେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *