ସରିଗଲା ବାଲିଯାତ୍ରା କିନ୍ତୁ ସରି ନାହିଁ ପ୍ରଶାସନିକ କନ୍ଦଳ

କଟକ: ସରି ଯାଇଛି ଐତିହାସିକ କଟକ ବାଲିଯାତ୍ରା କିନ୍ତୁ ଏବେବି ସରି ନାହିଁ ପ୍ରଶାସନିକ କନ୍ଦଳ। କଟକ ବାଲିଯାତ୍ରା ସରିବାର ୩ ଦିନ ପରେ ଏବାବଦରେ ମୁହଁ ଖୋଲିଛନ୍ତି କଟକ ମେୟର ସୁବାସ ଚନ୍ଦ୍ର ସିଂ । ତେବେ ମେୟର, ଡେପୁଟି ମେୟର ତଥା CMC କମିଶନରଙ୍କୁ ଜାଣିଶୁଣି ବାଲିଯାତ୍ରା ମହୋତ୍ସବରେ ଅଣଦେଖା କରାଯାଇଛି ଓ ଏସବୁ ଅବ୍ୟବସ୍ଥା ପଛର ମୁଖ୍ୟ କାରଣ କଟକ ଜିଲ୍ଲାପାଳ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ମେୟର ସୁବାସ ସିଂ । ସେହିପରି ରାଜ୍ୟପାଳଙ୍କ ସ୍ୱାଗତ ପାଇଁ ମେୟରଙ୍କୁ ନ ଡାକିବା, ଉପର ପଡ଼ିଆରେ ଷ୍ଟଲ୍ ନପକାଇବା, ଉଠା ଦୋକାନୀଙ୍କ ଠେଲା ଭାଙ୍ଗିବା ଆଦି ଘଟଣାକୁ ନେଇ କ୍ଷୁବ୍ଧ ହୋଇଥିଲେ ମେୟର ଓ ତାଙ୍କ ସହଯୋଗୀ କର୍ପୋରେଟରମାନେ । ଏହି ଘଟଣାକୁ ସେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କଟକ ଜିଲ୍ଲାପାଳଙ୍କୁ ଜବାବ ମାଗିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମେୟର ସୁବାସ ଚନ୍ଦ୍ର ସିଂ।

Leave a Reply

Your email address will not be published. Required fields are marked *