ଚିପ୍ସ ପ୍ୟାକେଟ ହେଲା କାଳ

କନ୍ଧମାଳ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ ପ୍ରଧାନ । ଚିପ୍ସ ପ୍ୟାକେଟ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଦେଇଥିବାରୁ ଚାଲିଯାଇଛି ୪ ବର୍ଷର ଶିଶୁର ଜୀବନ । ସବୁଦିନ ପରି ପୁଅ କାନ୍ଦିବ ବୋଲି ବାପା ବିଗିଲ୍ ପାଇଁ ଏକ ଚିପ୍ସ ପ୍ୟାକେଟ୍ କିଣି ଆଣିଥିଲେ । ବିଗିଲ ଚିପ୍ସ ଖାଇଥିଲା ଆଉ ପ୍ୟାକେଟରୁ ବାହାରିଥିବା ଖେଳନା ବନ୍ଧୁକ ଧରି ଖେଳୁଥିଲା । ଖେଳ ଖେଳ ଭିତରେ ପାଟିରେ ସେହି ପ୍ଲାଷ୍ଟିକ୍ ଖେଳନାଟିକୁ ଢୋକି ଦେଇଥିଲା ବିଗିଲ । ଖେଳନାଟି ଛୁଆଟିର ତଣ୍ଟିରେ ଲାଖିଲା ଆଉ ବିଗିଲ କିଛି ସମୟ ଭିତରେ ହିଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବଡ଼ କଷ୍ଟ ହେଲା । ବାପା, ମା’ ପ୍ରଥମେ ତଣ୍ଟିରୁ ଖେଳନା ବାହାର କରିବାକୁ ଯଥାସମ୍ଭବ ପ୍ରୟାସ କଲେ କିନ୍ତୁ ଅସଫଳ ହେବାରୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଅକୁ ନେଇ ଆସିଥିଲେ । କିନ୍ତୁ ମେଡିକାଲରେ ବିଗିଲକୁ ଡାକ୍ତର ମୃତ ଘୋଷିତ କରିଥିଲେ ।

Leave a Reply

Your email address will not be published. Required fields are marked *