ଜାପାନରେ ଭୂମିକମ୍ପ

ଜାପାନର ପୂର୍ବତଟରେ ଆଜି ଏକ ବଡ଼ ଧରଣର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୮ ରହିଥିବାବେଳେ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ଭିତରେ ପାଖାପାଖି ୧୦ କିଲୋମିଟର ଗଭୀରରେ ସୃଷ୍ଟି ହେଇଥିବା ଜଣାପଡ଼ିଛି । ତେବେ ଜାପାନରେ ଭୂମିକମ୍ପ ହେବା ପରେ ସେଠାରେ ସୁନାମୀ ନେଇ ଆଲର୍ଟ ଜାରି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଭୂମିକମ୍ପ ସନ୍ଧ୍ୟା ପାଖାପାଖି ୫ଟା ୦୩ ମିନିଟରେ ହେଇଥିଲା । ଯାହାକି ପ୍ରଶାନ୍ତ ମହାସାଗର ଭିତରେ ସୃଷ୍ଟି ହେଇଥିଲା । ତେବେ ମିୟାକୋ ଏବଂ ୟମାଦା ଭଳି ଅଞ୍ଚଳରେ ୧ ମିଟର ଉଚ୍ଚର ଜୁଆର ଉଠିବା ନେଇ ଆଲର୍ଟ ଜାରି କରାଯାଇଛି । ଆଉ ଏଥିପାଇଁ ଚେତାବନୀ ମଧ୍ୟ ଜାରି କରାଯାଇଛି । ଏହି ଭୂମିକମ୍ପରେ ସେତେ ବେଶୀ କ୍ଷୟକ୍ଷତି ହେଇନି । ତେବେ କିଛି ଜାଗାରେ କେବଳ ଛୋଟ ମୋଟ ଧରଣର ଅଘଟଣ ଘଟିବା ନେଇ ସୂଚନା ରହିଛି । ତେଣୁ ଏଥିପାଇଁ ସତର୍କ ରହିବା ଜରୁରି । ଭୂମିକମ୍ପ ପରେ ଅତି କମରେ ଗୋଟିଏ ୫.୧ ତୀବ୍ରତାର ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *