HAPPY BIRTHDAY ଭାଇଜାନ୍

ଆଜି ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ ।୬୦ ବର୍ଷରେ ପଦାର୍ପଣ କରିଥିବା ସଲମାନ ନିଜ ଜନ୍ମଦିନରେ ବେଶ ଧୁମଧାମରେ ସେଲିବ୍ରେଟ କରୁଛନ୍ତି। ତାଙ୍କ ଫ୍ୟାନ୍ସ ମାନେ ୪-୫ ଦିନ ହେବ ସେଲିବ୍ରେସନ୍ ମୁଡରେ ଅଛନ୍ତି। ସଲମାନଙ୍କୁ ବାର୍ଥ ଡେ’ରେ ଅନେକ ସେଲିବ୍ରିଟିଙ୍କ ସମେତ ଅନେକ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି। ଏମିତିକି ସୋସିଆଲ ମିଡିଆରେ ସଲମାନଙ୍କୁ ଭଲପାଉଥିବା ତାଙ୍କ ଫ୍ୟାନ୍ସ ଖୁବସାରା ପୋଷ୍ଟ କରି ହାପି ବାର୍ଥ ଡେ ଭାଇଜାନ କହୁଥିବାର ନଜର ଆସୁଛି। ତେବେ ୨୭ ଡିସେମ୍ବର ୧୯୬୫ରେ ସଲମାନ ଜନ୍ମ ହୋଇଥିଲେ। ସଲମାନ ହିନ୍ଦୀ ସିନେମାର ସବୁଠାରୁ ସଫଳ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସଲମାନ ଇଣ୍ଡଷ୍ଟ୍ରିରେ ଯାହା ବି ନେମ୍ ଫେମ୍ ହାସଲ କରିଛନ୍ତି, ସେ ସବୁ ନିଜ ବଳରେ କରିଛନ୍ତି। ଆଜି ତାଙ୍କ ପାଖରେ ଏକ ବିଳାସପୂର୍ଣ୍ଣ ଘର, ଏକ ଫାର୍ମହାଉସ୍ ଏବଂ ମହଙ୍ଗା କାର ଅଛି। ସଲମାନଙ୍କ ପାଖରେ ଏତେ ଟଙ୍କା ଅଛି ଯେ ସେ ବିଳାସପୂର୍ଣ୍ଣ ଜୀବନ କାଟିପାରିବେ, କିନ୍ତୁ ସବୁକିଛି ଥିବା ସତ୍ତ୍ୱେ, ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନରେ ଟିକେ ଏକାକୀ ଅନୁଭବ କରନ୍ତି। ତାଙ୍କର ଇଣ୍ଡଷ୍ଟ୍ରିରେ ଅନେକ ଆଫେୟାର ଥିଲା, ଏପରିକି ବିବାହ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତାହା ପୂରା ହୋଇପାରିଲା ନାହିଁ। ବିବାହ ନକରିବା ପାଇଁ ସଲମାନଙ୍କ କୌଣସି ଦୁଃଖ ନାହିଁ। ହେଲେ ସେ ପିତା ହେବାକୁ ଚାହାଁନ୍ତି। ସେ ତାଙ୍କ ପୁତୁରା ଅରହାନ ଖାନଙ୍କ ପୋଡକାଷ୍ଟ ସମୟରେ ଏକ ସନ୍ତାନକୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କହିଥିଲେ ଯେ ସେ ଏକ ପିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ସମ୍ଭବ ହୋଇନଥିଲା କାରଣ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ବହୁତ କଷ୍ଟକର ଏବଂ ସମୟ ଲାଗିଥାଏ।

Leave a Reply

Your email address will not be published. Required fields are marked *