ଶୀତ ଦିନେ ଓଠ ଫାଟିଲେ, କରନ୍ତୁ ଉପଚାର

ବର୍ତ୍ତମାନ ଚାଲିଛି ଶୀତ ଋତୁ । ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ କଥା । କିନ୍ତୁ ଶୀତ ଦିନେ ହାତ, ପାଦ ଫାଟିବା ସହ ଓଠ ମଧ୍ୟ ଫାଟିଥାଏ । ଅଧିକାଂଶ ଲୋକେ ଏହି ସବୁ ସମସ୍ୟା ଦୂର କରିବାକୁ ଲିପ୍ ବାମ୍ ବ୍ୟବହାର କରିଥାଆନ୍ତି । ଘରୋଇ ଉପଚାରରେ ଏହି ସମସ୍ୟାରୁ ଆପଣମାନେ କେମିତି ମୁକ୍ତି ପାଇପାରିବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

  • ଗୋଲାପ ପାଖୁଡାକୁ ସଫା ପାଣିରେ ଧୋଇ ତାକୁ କିଛି ସମୟ କ୍ଷୀରରେ ଭିଜାଇ ରଖି ଦିଅନ୍ତୁ । ଏହାପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ । ପାଖାପାଖି ୧୫ ମିନିଟ ପରେ ଓଠକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଓଠର ରୁକ୍ଷତା ଦୂର ହେବା ସହ ଗୋଲାପୀ ଦେଖାଯିବ ।
  • ରାତିରେ ଶୋଇବା ସମୟରେ ସୋରିଷ ତେଲକୁ ଉଷୁମ କରି ନାଭିରେ ଲଗାନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଓଠ ଫାଟିବାରୁ ମୁକ୍ତି ମିଳିବ ।
  • ଓଠରେ ଅମୃତଭଣ୍ଡାର ରସ ଲଗାଇବା ଦ୍ୱାରା ଓଠ କୋମଳ ଏବଂ ନରମ ରହିଥାଏ ।
  • ଆଲୋଭେରା ଜେଲକୁ ନେଇ ଓଠରେ ମସାଜ କରନ୍ତୁ । ଏମିତି କରିବା ଦ୍ୱାରା ମଧ୍ୟ ଓଠର ଶୁଷ୍କତାକୁ ଦୂର କରିଥାଏ ।
  • ମହୁ ଓଠକୁ ନରମ ରଖିଥାଏ । ମହୁକୁ ଓଠରେ ମସାଜ କରନ୍ତୁ । ଯାହା ଆପଣଙ୍କର ଓଠକୁ ମୁଲାୟମ କରିବ ।
    ଶୀତଦିନ ପାଇଁ କୌଣସି ଲିପ୍ ବାମ୍ ଏବଂ ବଡି ଲୋସନ ଅପେକ୍ଷା ନଡିଆ ତେଲ ଖୁବ୍ ଲାଭକାରୀ । ଯାହା ବ୍ୟବହାର କରିବା ଦ୍ୱାରା ଓଠ ଏବଂ ଚର୍ମକୁ ନରମ କରିଦେଇଥାଏ । ଘିଅ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ । ଘିଅ ଲିପ୍ ବାମ ଭଳି କାମ କରେ । ଘିଅ ବ୍ୟବହାର କରିବା ଦ୍ୱାରା ମଧ୍ୟ ଓଠକୁ ଗୋଲାପୀ ରଖିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *