କୋଇଡ଼ାରେ ବେଆଇନ ଖଣି ଖନନ, ଗିରେୱାଲ୍ ଖଣିକୁ କାରଣ ଦର୍ଶାଅ ନୋଟିସ୍

ସୁନ୍ଦରଗଡ ଜିଲ୍ଲାରେ ବେଆଇନ ଖଣି ଖନନକୁ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର SIT ଟିମ୍ ଖୋଳତାଡ କରୁଛି। ଅନ୍ୟ ପଟେ ବେଆଇନ ଭାବେ ଜମି ଅଧିଗ୍ରହଣ କରି ଖଣି କାର୍ଯ୍ୟ ଚଳାଇଥିବା ଗିରେୱାଲ୍ ସାନ ଇନ୍ଦୁପୁର ଖଣିକୁ କାରଣ ଦର୍ଶାଅ ନୋଟିସ୍ ହୋଇଛି। ଯେଉଁଠି ମୋହନ ସରକାର ରାଜ୍ୟରୁ ବେଆଇନ ଖଣି ବନ୍ଦ ପାଇଁ ଚେଷ୍ଟା ଜାରି ରଖିଛନ୍ତି ସେଇ ସମୟରେ କୋଇଡା ଖଣି ଅଞ୍ଚଳର ସାନ ଇନ୍ଦୁପୁର ସ୍ତିତ ଗିରେୱାଲ୍ ଖଣି DLC ଫରେଷ୍ଟ ଅଞ୍ଚଳ ଏବଂ ଅନେକ ଆଦିବାସୀଙ୍କ ଜମିକୁ ମାଡି ଯାଇଥିବା ସୂଚନା। ନିଜ ଖଣି ଲିଜ ଓ ସେଫ୍ଟି ଜୋନରୁ ବାହାରି ଖାତା ନମ୍ୱର୍ ୫୮ରେ ଖଣି କାର୍ଯ୍ୟଜାରି ରଖିଛି ବନ ସଂରକ୍ଷଣ। ଆଇନକୁ ଉଲଂଘନ କରିଥିବା ନେଇ କୋଇଡା ଖଣି ଉପନିର୍ଦେଶକଙ୍କ ପକ୍ଷରୁ ୨୧ଅଗଷ୍ଟ୨୦୨୫ ରେ ଏକ ପତ୍ର ଜାରି ହୋଇଛି। ଯାହାକୁ ନେଇ ଖଣି ବିଭାଗ, ବନ ବିଭାଗ ଓ ତହସିଲ ବିଭାଗ ପକ୍ଷରୁ ଏକ ଟିମ୍ ଘଟଣା ସ୍ଥଳକୁ ଆସି ସ୍ଥିତି ପରଖିଛନ୍ତି। ଏନେଇ ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *