ନୂତନ ବର୍ଷ ଆରମ୍ଭରେ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଜାନୁଆରୀ ୧୩ ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ଅଫରର ସୁବିଧା ରହିବ । ଯାତ୍ରୀମାନେ ଜାନୁଆରୀ ୨୦ରେ ଏପ୍ରିଲ ୩୦ ମଧ୍ୟରେ ଏହି ସେଲ୍ ଅଧୀନରେ ଯାତ୍ରା କରିପାରିବେ । ନୂଆ ବର୍ଷରେ ଇଣ୍ଡିଗୋ ଏୟାରଲାଇନ୍ସ ‘‘ସେଲ୍ ଇନଟୁ ୨୦୨୬’’ ନାମକ ସେଲ୍ ଆରମ୍ଭ କରିଛି । ଏହି ଅଫର୍ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ଚୟନିତ ବିମାନ ପାଇଁ ଲାଗୁ ହେବ । ଯାହା ଯାତ୍ରୀମାନଙ୍କ ପାଇଁ ଖୁବ୍ ସୁବିଧାଜନକ ରହିବ । ଘରୋଇ ବିମାନ ପାଇଁ ଟିକେଟ୍ ୧୪୯୯ରୁ ଆରମ୍ଭ ହୋଇଥିଲାବେଳେ ଆନ୍ତର୍ଜାତୀୟ ରୁଟର ଭଡା ୪,୪୯୯ରୁ ଆରମ୍ଭ ହେଉଛି । ପ୍ରମିୟମ୍ ଇଣ୍ଡିଗୋ ଷ୍ଟ୍ରେଚ୍ ଟିକେଟ୍ କିଛି ଘରୋଇ ରୁଟରେ ୯,୯୯୯ରୁ ଆରମ୍ଭ ହେଉଛି । କେବଳ ଏତିକି ନୁହେଁ ଏହି ସେଲରେ ଇଣ୍ଡିଗୋ କମ୍ପାନୀ ଯାତ୍ରୀଙ୍କ ପାଇଁ ଅତିରିକ୍ତ ସେବା ଉପରେ ରିହାତି ପ୍ରଦାନ କରିଛି । ଏଥିସହ ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଘରୋଇ ବିମାନରେ ମାତ୍ର ୧ ଟଙ୍କା ମୂଲ୍ୟ ଉପଲବ୍ଧ ରହିଛି । ଯଦି ଇଣ୍ଡିଗୋ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ବୁକିଂ କରାଯାଏ ତେବେ ଏହି ସେଲର ସୁବିଧା ଉପଲବ୍ଧ ହେବ । ସେହିପରି ପ୍ରି-ପେଡ୍ ଅତିରିକ୍ତ ବ୍ୟାଗେଜ ଉପରେ ୫୦% ରିହାତି ଦେବା ସହିତ ଷ୍ଟେଡର୍ଡ ସିଟ୍ ସିଲେକ୍ସନ୍ ଉପରେ ୧୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଇଛି । ଅତ୍ୟଧିକ ଲେଗ୍ରୁମ୍ ଚାହୁଁଥିବା ଯାତ୍ରୀଙ୍କ ପାଇଁ ୫୦୦ଟଙ୍କାରୁ ଆରମ୍ଭ କରି ଘରୋଇ ରୁଟରେ ଏମରଜେନ୍ସି ସିଟ୍ ଉପଲବ୍ଧ । ଏହି ଅଫର ଅତି କମରେ ୭ ଦିନ ପୂର୍ବରୁ ବୁକିଂ କରିବା ଜରୁରୀ । ଯଦି ଟିକେଟ୍ ବୁକିଂ କଥା କୁହାଯାଏ ତେବେ ଯାତ୍ରୀମାନେ ଇଣ୍ଡିଗୋର ୱେବସାଇଟ୍, ମୋବାଇଲ୍ ଆପ୍, 6ESkai AI ଆସିଷ୍ଟାଣ୍ଟ, Whatsapp ଏବଂ ଟ୍ରାଭେଲ ପାର୍ଟନର ପ୍ଲାଟଫର୍ମ ମାଧ୍ୟମରେ ଟିକେଟ୍ ବୁକିଂ କରିପାରିବେ ।
ଆସିଲା ଇଣ୍ଡିଗୋର ବଡ଼ ଅଫର
