ନିମାପଡା ବିଜେପିରେ ଚାଲିଛି କଣ?

ନିମାପଡାରେ ସରଗରମ ହୋଇଛି ରାଜନୈତିକ ମାହୋଲ । ଅଂଶୀଦାର ୨ ଦଳ ନୁହଁ ବରଂ ଗୋଟିଏ ଦଳରେ ସବୁ ଟଳମଳ । ନିମାପଡା ବିଜେପି ଶିବିରରେ ନାହିଁ କିଛି ଠିକଠାକ । ନନା-ଅପା କଳି ଏଥର ପୋଷ୍ଟରରେ । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଋାଜ୍ୟ ରାଜନୀତି ପାଣିପାଗଠୁ ନିମାପଡାର ମିଜାଜ୍ ଭିନ୍ନ ରହିଛି । ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟିକାଙ୍କୁ ନେଇ ସାମ୍ନାକୁ ଆସିଛି କଳି । ଯଦିଓ ଏହା କିଛି ନୂଆ ଘଟଣା ନୁହଁ କିନ୍ତୁ ଆଗରେ ମୁହାଁମୁହିଁ ତେରଛା ଆକ୍ରମଣ ଚାଲିଥିବା ବେଳେ ଏଥର ପୋଷ୍ଟର ସାଜିଛି କଳିର ପାତ୍ର । ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ତଳ ଲିଙ୍କରେ କ୍ଲିକ କରନ୍ତୁ👇

Leave a Reply

Your email address will not be published. Required fields are marked *