ବିହାର: ରାଜନୀତିରେ ହାରଜିତ୍ ଲାଗି ରହିଥାଏ । କିନ୍ତୁ କହାରିବା ପାଇଁ କିଏ ନିଜ ପରିବାର ଛାଡେ ତାହା ରାଜନୀତି ଇତିହାସରେ ବି ନୂଆ । ରାଜନୀତିରେ କୂଟ କୈାଶଳ ଲାଗିରହିଥାଏ । ଜିତିବା ପାଇଁ କେହି ବି କିଛି କରିଥାନ୍ତି । ସେ ଭୋଟ୍ ଚୋରି ହେଉ କି ପ୍ରାର୍ଥୀ ଚୋରି । ଟଙ୍କା ବଣ୍ଟା ଠାରୁ ନେଇ ସବୁ କିଛି ଯାୟସ ହେଇଥାଏ ରାଜନୀତିରେ । ସବୁ କୁଟନୀତି ଏଠି ସାମିଲ ଥାଏ । କିନ୍ତୁ ରାଜନୀତି ପାଇଁ କିଏ ପରିବାର ସହ ସଂମ୍ପର୍କ କାଟେ ତାହା ସଂମ୍ପୂର୍ଣ୍ଣ ନୂଆ । କିଛି ଦିନ ପୂର୍ବରୁ ରାଜନୈତିକ ପରିସ୍ଥିତି ସରଗରମ ରହିଥିଲା । ନୂଆପଡା ଓ ବିହାରର ରାଜନୀତି ଦେଶରେ ତେଜିଥିଲା । ଏହି ଗରମା ଗରମ ମାହୋଲ ର କାଲି ଅନ୍ତ ଘଟିଥିବା ସମସ୍ତଙ୍କୁ ଜଣା । ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସବୁ ରେକର୍ଡ ଭାଙ୍ଗିଛନ୍ତି । ଆଉ ସେପଟେ ବିହାରର ରାଜନୀତି ପୁରା ବଦଳି ଯାଇଛି । ମୁହଁ ମାଡି ପଡିଛି ଆରଜେଡି । ବାଜି ମାରିନେଇଛି ବିଜେପି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଜି ଆସିଛି ବଡ଼ ଖବର । ବିହାରର ଆରଜେଡି ପ୍ରାର୍ଥୀ ଲାଲୁ ଯାଦବଙ୍କ ଝିଅ ରେହିଣୀ ଆଚାର୍ଯ୍ୟ ଛାଡିଛନ୍ତି ରାଜନୀତି । ବାଏ ବାଏ କରିଛନ୍ତି ରାଜନୀତିକୁ । ଖାଲି ରାଜନୀତି ନୁହେଁ ପରିବାର ସହ ବି ସଂମ୍ପର୍କ କାଟିଥିବା ଦେଖିବାକୁ ମିଳିଛି । ୨୦୨୨ ମସିହାରେ ନିଜ ବାପା ଲାଲୁଙ୍କୁ କିଡନି ଦେଇ ଚର୍ଚ୍ଚାରେ ଆସିଥିଲେ ରେହିଣୀ ।
ଶୁକ୍ରବାର ଭୋଟରେ ଶୋଚନୀୟ ପରାସ୍ତ ପରେ ଶନିବାର ନିଜ ରାଜନୈତିକ କ୍ୟାରିଅରକୁ ପୁର୍ଣ୍ଣଛେଦ ପକାଇଛନ୍ତି । ଆଉ ରାଜନୀତି କରିବେନି ବୋଲି ସଫା ସଫା କହିଦେଇଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହା ସମସ୍ତଙ୍କୁ ଜଣାଇଦେଇଛନ୍ତି । ସେ ଲେଖିଛନ୍ତି ‘’ ମୁଁ ରାଜନୀତି ଛାଡୁଛି । ତାସହ ପରିବାର ସହ ବି ସଂମ୍ପର୍କ ବି କାଟୁଛି । ଏମିତି କରିବା ପାଇଁ ମୋତେ ସଂଞ୍ଜୟ ୟାଦବ ଆଉ ରମିଜ କହିଛନ୍ତି । ‘’ ହାରିବାରେ କିଏ ପରିବାର ସହ ସମ୍ପର୍କ କାଟେ ତାହା ନୂଆ କଥା । ଆଉ ତା ସହ ସେ ନିଜେ କହିଛନ୍ତି ଏମିତି କରିବାକୁ ତାଙ୍କୁ ଏହି ଦୁଇଜଣ କହିଛନ୍ତି କିନ୍ତୁ ସବୁ ଦୋଷ ସେ ନିଜ ଉପରକୁ ନେଉଛନ୍ତି । ଯଦି ଆପଣ ବିହାର ରାଜନୀତି ବିଷୟରେ ଜାଣିଥିବେ ତେବେ ଜାଣିଥିବେ ସଂଞ୍ଜୟ ଯାଦବ କିଏ । ଏବେ ପ୍ରଶ୍ନ ରମିଜ କିଏ ? ଆଉ ତାଠାରୁ ବଡ଼ ପ୍ରଶ୍ନ ଏ ଦୁଇ ଜଣଙ୍କ କଥାରେ କାହିଁକି ଏପରି ନିଷ୍ପତି ନେଲେ ରେହିଣୀ ଆଚାର୍ଯ୍ୟ? ଏହା ପଛରେ କଣ ରହିଛି କାରଣ?
ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ
