ନାଲକୋ ଠିକାଦାର ମହାସଂଘର ଏକ ସାମ୍ବାଦିକ ସମ୍ମିଳନୀରେ ନାଲକୋ ଠିକାସଂସ୍ଥା ଏନବିସିସି କମ୍ପାନୀର କାର୍ଯ୍ୟାଦେଶକୁ ଜୋରଦାର ବିରୋଧ ହୋଇଛି । ବର୍ତ୍ତମାନ ନାଲକୋ କର୍ତ୍ତୃପକ୍ଷ ଏନବିସିସି ଭଳି ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀକୁ ସିଭିଲ ମେଣ୍ଟନାନ୍ସ କାର୍ଯ୍ୟଦେଶ ଦେବା ପାଇଁ ନିଷ୍ପତି ହୋଇଛି । ଏହି ନିଷ୍ପତିରେ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ବିପନ୍ନ ହେବାକୁ ଯାଉଛି । ଏହି ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଠିକାଦାର ମହାସଂଘ ଦାବି ଜଣାଇଛି । ଗତ ୪୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନାଲକୋ ପାଇଁ ସେବା ମନୋଭାବରେ କାମ କରୁଥିବା ବେଳେ ତଥା ନାଲକୋର ଯେକୌଣସି ପରିସ୍ଥିତିରେ କାର୍ଯକରି ଆସିଛି । ଜୀବନ ଜୀବିକା ବିପନ୍ନ ହେଲେ ଏନବିସିସି କମ୍ପାନୀକୁ ନାଲକୋରେ ଭର୍ତ୍ତି କରିବାକୁ ଦିଆଯିବ ନାହିଁ ବୋଲି ଠିକାଦାର ମହାସଂଘର ଅଧକ୍ଷ ଶ୍ରୀ ବିପ୍ଳବ ଜେନା ଚରମବାଣୀ ଶୁଣାଇଛନ୍ତି ଓ ଆଗାମୀ ଦିନରେ ଯେ କୌଣସି ପରିସ୍ଥିତି ପାଇଁ ନାଲକୋ କର୍ତ୍ତୃପକ୍ଷ ସମ୍ପୂର୍ଣ ଦାୟୀ ରହିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଠିକାଦାର ମହାସଂଘର ବୁଲେଶ୍ ଜେନା, ପ୍ରଫୁଲ୍ଲ ବିଶୋଇ, କାଳନ୍ଦୀ ଚରଣ ଜେନା, ପ୍ରଭାତ ଗଡ଼ନାୟକ, ସଞ୍ଜୀବ ଗଡ଼ନାୟକ, ନିକୁଞ୍ଜ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ଏନବିସିସି କମ୍ପାନୀର କାର୍ଯ୍ୟାଦେଶକୁ ନାଲକୋ ଠିକାସଂସ୍ଥାର ଜୋରଦାର ବିରୋଧ
