କାଲି ଦଶମଥର ପାଇଁ ଶପଥ ନେବେ ନୀତିଶ କୁମାର

ବିହାର: ଆସନ୍ତାକାଲି ବିହାର ଦେଖିବ ନୂଆ ସରକାର । ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଆଜି ଏନଡିଏ ବିଧାୟକ ଦଳ ନେତା ବାଛିବାକୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶଙ୍କ ନାଁକୁ ପ୍ରସ୍ତାବ ରଖିଥିଲେ । ଯାହାପରେ ସମସ୍ତ ଏନଡିଏ ବିଧାୟକ ନୀତୀଶଙ୍କ ନାଁରେ ହଁ ଭରିଥିଲେ । ଆଉ ନୀତୀଶ କୁମାର ବିଧିବଦ୍ଧ ଭାବେ ଏନଡିଏରେ ନେତା ନିର୍ବାଚିତ ହୋଇଥିଲେ । କିଛି ସମୟରେ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇବେ । ଆଉ ତା ପରେ ଆସନ୍ତାକାଲି ବିହାରର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ମିଳିଥିବା ସୂଚନା ଅନୁସାରେ ବିଧାନସଭାର ବାଚସ୍ପତି ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ବିଜେପି କୋଟାରୁ ହେବେ । ତେବେ ବାଚସ୍ପତି ପଦ ପାଇଁ ବରିଷ୍ଠ ବିଜେପି ନେତା ପ୍ରେମ କୁମାରଙ୍କ ନାମ ବିଚାର କରାଯାଉଛି, ସେହିପରି ବିଜେପି କୋଟାରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ନାଁ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *