ଶ୍ରୀମନ୍ଦିରରେ ଠେଲା ପେଲା

ପୁରୀରେ ଭକ୍ତଙ୍କ ମଧ୍ୟରେ ଠେଲା ପେଲା। ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଜୋରଦାର ଭିଡ। ଉତ୍ତର ଦ୍ୱାର ନିକଟରେ ଭକ୍ତ ଠେଲା ପେଲା। ଠେଲା ପେଲାରେ ପଡିଲେ ଦୁଇ ମହିଳା ଭକ୍ତ। ଧର୍ମର ମାସ କାର୍ତ୍ତିକ ଏଥି ପାଇଁ ଶ୍ରୀମନ୍ଦିରେ ଭିଡ ଜମିଛି । ଶ୍ରୀ ଜିଉଙ୍କ ଦର୍ଶନ ପାଇଁ ବହୁ ମାତ୍ରାରେ ଭକ୍ତଙ୍କ ସମାଗମ ହେଉଛି। ଅତ୍ୟଧିକ ଭିଡ ପାଇଁ ବହୁ ସମୟ ଧରି ଅପେକ୍ଷା କରି ରହୁଛନ୍ତି ଭକ୍ତ। ଭିଡରେ ଅନେକ ଛୋଟ ଛୁଆ, ମହିଳା, ବୃଦ୍ଧାଙ୍କ ସହ ହବିଶିଆଳି ମାଆ ମଧ୍ୟ ରହିଛନ୍ତି। ଧର୍ମ ମାସରେ ସମସ୍ତ ମନ୍ଦିରରେ ଭିଡ ଜୋରଦାର ହୋଇଥିବା ବେଳେ ଶ୍ରୀ ମନ୍ଦିରରେ ଏପରି ସାଙ୍ଘାତିକ ପରିସ୍ଥିତି ଉପୁଜିଛି। ଉତ୍ତର ଦ୍ୱାରରେ ବ୍ୟାରିକେଡକୁ ଭାଙ୍ଗି ମନ୍ଦିରରେ ପଶିବାକୁ ଶ୍ରଦ୍ଧାଳୁମାନେ କରିଛନ୍ତି ପ୍ରୟାସ। ଠେଲା ପେଲା ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ବହୁ ସଂଖ୍ୟକ ଭକ୍ତ। ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବା ସହ ଏହାକୁ ଦର୍ଶନ କଲେ ପୁଣ୍ୟଫଳ ମିଳିଥାଏ ବୋଲି ମାନ୍ୟତା ରହିଛି। ସେଥିପାଇଁ ଅତ୍ୟଧିକ ଭିଡ ପାଇଁ ଏପରି ପରିସ୍ଥିତି ଉପୁଜିଛି। କାଲି କାର୍ତ୍ତିକ ମାସ ପାଇଁ ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିରରେ ଏକ ଭୟାନକ ଦଳାଚକଟା ଦେଖିବାକୁ ମିଳିଥିଲା। ଯେଉଁଥିଲେ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ତାହାକୁ ନଜରରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଏପରି ପରିସ୍ଥିତି ଦେଖାଦେଇଛି ।

Leave a Reply

Your email address will not be published. Required fields are marked *