କାଶୀନଗର ଠାରେ ଥିବା ଦମୟନ୍ତୀ ନିରଞ୍ଜନ ନିବାସ ଲଜରେ ଚାଲିଥିଲା ଦେହ ବ୍ୟବସାୟ । କାଶୀନଗର ଥାନା ତରଫରୁ କୌଣସି ପ୍ରକାରେ ସେକ୍ସ ରାକେଟ ହେଉଥିବା ସୂଚନା ପାଇ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଚାନକ ଚଢାଉ ହୋଇଥିଲା । ଏହି ରେଡ ସମୟରେ ଦୁଇ ଜଣ ମହିଳାଙ୍କ ଜଣେ ଗ୍ରାହକ ସହ ଲଜ ମଧ୍ୟରେ ବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ସହ ମଦ ବୋତଲ ଜବତ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି । କାଶୀନଗର ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ ଲଜ୍ ଠାରେ ତଦନ୍ତ କରି ସେକ୍ସ ରାକେଟ ଠାବ କରି ଅସାମାଜିକ ପଦାର୍ଥ ସବୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥବା ସୂଚନା ରହିଛି । ଲଜ ମାଲିକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ବୋଲି ସୂଚନା ମିଳିଛି । ଏନେଇ କାଶୀନଗର ଥାନା ଅଧିକାରୀ ସୁନିଲ ବେହେରା ଅଧିକ ତଦନ୍ତ ଚାଲିଥବା କହିଛନ୍ତି ।
କାଶୀନଗର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ
