ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଆହତ ହୋଇଛନ୍ତି ଶୁଭମନ ଗିଲ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ଆହତ ହୋଇ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଆହତ କାରଣରୁ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ଗିଲ । ବିସିସିଆଇ ଅଧିନାୟକଙ୍କ ଆଘାତ ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରି କହିଛନ୍ତି । ଗିଲଙ୍କୁ ନେଇ ସୂଚନା ଜାରି କରିଛନ୍ତି ବିସିସିଆଇ। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରୁ ଗିଲ ବାଦ ପଡ଼ିଛନ୍ତି ଏବଂ ରିଷଭ ପନ୍ତ ଏବେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ୍ ଆରମ୍ଭ କରିଥିଲା । ଏହାପରେ ଅଧିନାୟକ ଗିଲ୍ ବ୍ୟାଟିଂ କରିବାକୁ ଆସିଥିଲେ । ଦୁଇଟି ବଲର ସମ୍ମୁଖୀନ ହେବା ପରେ ତୃତୀୟ ବଲରେ ଏକ ସ୍ୱିପ୍ ସଟ୍ ଖେଳି ଚୌକା ମାରିଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଗିଲ୍ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ ଯାହା ପରେ ସେ ରିଟାୟାର୍ଡ ହର୍ଟ ହୋଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ବିସିସିଆଇ କହିଛି, କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଲାଗିଥିଲା। ଦିନର ଖେଳ ଶେଷ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ସେ ଏହି ଟେଷ୍ଟ ମ୍ୟାଚରେ ଆଉ ଭାଗ ନେବେ ନାହିଁ । BCCI ମେଡିକାଲ୍ ଟିମ୍ ଦ୍ୱାରା ଗିଲ ନିରନ୍ତର ତଦାରଖରେ ରହିବେ ବୋଲି ବିସିଆଇ ସ୍ପଷ୍ଟ କରିଛି । କୋଲକାତା ଟେଷ୍ଟରେ ଟେମ୍ବା ବାଭୁମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ ହୋଇଥିଲା ଯେଉଁଥିରେ ଜସପ୍ରିତ ବୁମରାହ ପାଞ୍ଚଟି ୱିକେଟ ନେଇଥିଲେ । ତଥାପି ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ କେବଳ 30 ରନ୍ କରି, ଟିମ 189 ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ 39 ସ୍କୋର କରିଥିଲେ । ତାସହ ସାଇମନ ହାର୍ମର ଚାରୋଟି ୱିକେଟ ନେଇଥିଲେ । ସେହିପରି ଦ୍ୱିତୀୟ ଦିନରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିବା ସହ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ଚାରିଟି ୱିକେଟ ନେଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷରେ ଦକ୍ଷିଣ ଆଫ୍ରିକା ୯୩ ରନ କରିଥିଲା କିନ୍ତୁ ୭ଟି ୱିକେଟ ହରାଇଥିଲା । ଦକ୍ଷିଣ ଆଫ୍ରିକା ଭାରତକୁ କେତେ ରନ ଟାର୍ଗେଟ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *