ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ରେ ଦୁଇଟି ଛକା ମାରି ସୂର୍ଯ୍ୟକୁମାର ଯାଦବ ଇତିହାସ ରଚିଥିଲେ। ସେ ଟି-୨୦ରେ ୧୫୦ ଛକା ମାରିଥିଲେ। ସେ ଦୁଇଟି ଛକା ମାରି ଟି-୨୦ରେ ୧୫୦ ଛକା ପୂରଣ କରିଥିଲେ ଏବଂ ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ୱର ପଞ୍ଚମ ବ୍ୟାଟସମ୍ୟାନ୍ ହୋଇଥିଲେ। ରୋହିତ ଶର୍ମା ଏହି ତାଲିକାର ଶୀର୍ଷରେ ଅଛନ୍ତି, ସେ ୧୫୯ ମ୍ୟାଚ୍ରେ ୨୦୫ଟି ଛକା ମାରିଛନ୍ତି। ରୋହିତ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇ ସାରିଛନ୍ତି। କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୩୫ ରନ୍ ଯୋଡ଼ି ଚତୁର୍ଥ ଓଭରରେ ୧୯ ରନ୍ କରି ନାଥନ୍ ଏଲିସ୍ଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ।ତୃତୀୟ ନମ୍ବରରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ୧୦ମ ଓଭରର ତୃତୀୟ ବଲରେ ଏହି ଇନିଂସର ଦ୍ୱିତୀୟ ଛକା ମାରି ତାଙ୍କର ୧୫୦ ଟି-୨୦ ଆନ୍ତର୍ଜାତୀୟ ଛକା ପୂରଣ କରିଥିଲେ।
ସୂର୍ଯ୍ୟକୁମାର ଟି-୨୦ରେ ୧୫୦ଟି ଛକା ମାରିବାରେ ଦ୍ୱିତୀୟ ଭାରତୀୟ:
ସୂର୍ଯ୍ୟକୁମାର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୫୦ଟି ଛକା ମାରିବାରେ ଦ୍ୱିତୀୟ ଭାରତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ରୋହିତ ଶର୍ମା ଏହି ତାଲିକାର ଶୀର୍ଷରେ ଅଛନ୍ତି। ରୋହିତ ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ୍ ଯିଏ ୨୦୦ଟି ଛକା ମାରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ପ୍ରଥମ ଟି-୨୦ରେ ଇତିହାସ ସୃଷ୍ଟି କରିଛନ୍ତି
