କୋଲକାତା: ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଅପରାହ୍ଣରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଜେପିର ପରିବର୍ତ୍ତନ ଯାତ୍ରା ରାଲିକୁ ସମ୍ବୋଧିତ କରିଥିଲେ। ଏହାପୂର୍ବରୁ ପରେଡ ଗ୍ରାଉଣ୍ଡଠାରୁ ୩ କିମି ଦୂର ଗିରିଶ ପାର୍କଠାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ।
ଏହି ଘଟଣାରେ ଦୁଇ ପକ୍ଷର ୩୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି। ବିଜେପି ସମର୍ଥକମାନେ କହିଛନ୍ତି ଯେ, ସେମାନେ ମୋଦୀଙ୍କ ସମର୍ଥନରେ ସ୍ଲୋଗାନ ଦେଇ ରାଲି ହେଉଥିବା ସ୍ଥାନକୁ ଯାଉଥିବା ସମୟରେ ହଠାତ୍ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସେମାନଙ୍କୁ ଗାଳିଗୁଲଜ କରାଯାଇଥିଲା।

