ପିପିଲି: ଦେଶରେ ଯକୃତ ପ୍ରତିରୋପଣରେ ସଫଳତାର ସହ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ଓଡ଼ିଶା ତୃତୀୟ ସ୍ଥାନ ରେ ରହି ଅନେକ ପ୍ରଶସା ସାଉଣ୍ଟିଛି ଭୁବନେଶ୍ୱର ଏମ୍ସ । ଏମ୍ସ ର ପ୍ରାୟ ୫୦ଜଣ ଡାକ୍ତର ଟିମଙ୍କ ମିଳିତ ଉଦ୍ୟମ ରେ ଯକୃତ ପ୍ରତିରୋପଣ ର ସଫଳତା ଅର୍ଜନ କରିଛନ୍ତି । ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ଗାଁର ଲିଙ୍ଗରାଜ ଦଳାଇ ଓ ମା ବୀଣାପାଣି ଦଳାଇଙ୍କ ପୁଅ ଅଭିନାଶ ଏକ ବର୍ଷ ଧରି ଯକୃତ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚନ୍ତା ହେବା ପରେ ବିଫଳ ହୋଇଥିଲେ। ସାନ ଭାଇ ଅଭିଜିତ ବଡ ଭାଇର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଶୁଣି ନିଜର ଲିଭର ଦାନ କରିବା ପାଇଁ ସ୍ଥିର କରିଥିଲେ। ଏକ ବର୍ଷ ଧରି ଅଭିନାଶ ଯକୃତ ଯନ୍ତ୍ରଣାରେ କଷ୍ଟ ଅନୁଭବ କରୁଥିଲେ ବାରମ୍ବାର ଘରେଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସାନ ଭାଇ ଡାକ୍ତରଙ୍କଠାରୁ ସବୁ କଥା ଶୁଣି ବଡ ଭାଇକୁ ଯକୃତ ଦାନ ପାଇଁ ନିଜ ଆଡୁ ରାଜି ହୋଇଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରି ନିର୍ଭୟରେ ବଡ ଭାଇକୁ ଯକୃତ ଦେଇଛନ୍ତି ଅଭିଜିତ। ଏପଟେ ବଡ ଭାଇକୁ ଯକୃତ ଦାନ କରି ସାନ ଭାଇ ଅଭିଜିତ ବେଶ୍ ଖୁସି ଅନୁଭବ କରୁଥିବା ବେଳେ ସେ ମଧ୍ୟ ସୁସ୍ଥ ଅଛନ୍ତି। ବଡ ଭାଇ ଅଭିନାଶ ମଧ୍ୟ ନୂଆ ଜୀବନ ପାଇ ହସ୍ପିଟାଲରେ ସୁସ୍ଥ ଥିବା ଜଣାପଡିଛି। ସମାଜରେ ସବୁ ପରିବାର ଏହିଭଳି ମହାନତା କାର୍ଯ୍ୟ କଲେ ପରିବାର ମାନଙ୍କରେ ଶୃଙ୍ଖଳା ରହିବ।
ବଡ ଭାଇକୁ ନୂଆ ଜୀବନ ଦେଲା ସାନ ଭାଇ
