ଇସ୍ରାଏଲ ଉପରେ ହେଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ପରେ ତେଲ୍ ଅଭିଭ୍ ଏହାର କଡ଼ା ଜବାବ ଦେଇଛି। ଇସ୍ରାଏଲ ସୋମବାର ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ଲେବାନନ୍ରେ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୧୪୯ ଜଣ ଆହତ ହୋଇଛନ୍ତି। ଲେବାନନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ହେଜବୁଲ୍ଲାର ରକେଟ୍ ମାଡ଼ ପରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଓ ରାଜଧାନୀ ବେରୁଟ୍ର ଦକ୍ଷିଣରେ ଭୀଷଣ ଆକ୍ରମଣ କରିଥିଲା। ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ମୃତ୍ୟୁ ପରେ ତେହେରାନ୍-ସମର୍ଥିତ ହେଜବୁଲ୍ଲା ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା।
ଇସ୍ରାଏଲ ଆଜି ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ଲେବାନନ୍ରେ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୧୪୯ ଜଣ ଆହତ ହୋଇଛନ୍ତି
